ପୁରୀ ୯।୪: ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ପୁରୀ ପୋଲିସ ଲାଇନ୍ ହାଇସ୍କୁଲ ନିକଟରେ ଘଟିଛି ଏଭଳି ଅଘଟଣ । ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ । ତେବେ ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲକୁ ପଠାଇଛି । ମୃତ ବ୍ୟକ୍ତିଙ୍କ ଘର କେଉଁଠି ଏବଂ ଡ୍ରେନ୍‌ରେ କିଭଳି ପଡ଼ି ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ କରୁଛି ପୋଲିସ ।

ସବୁଠାରୁ ବଡ଼ କଥା ହେଉଛି ମୁକୁଳା ଡ୍ରେନ୍‌ରେ ପଡ଼ି ଅନେକ ଲୋକଙ୍କ ଜୀବନ ଯାଇଛି । ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପକାଇବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ କିନ୍ତୁ ଏ ଦିଗରେ ଆଦୌ ଧ୍ୟାନ ଦେଉନାହିଁ । ଯାହା ଫଳରେ ଅନେକ ଜୀବନ ମୁକୁଳା ଡ୍ରେନ୍‌ରେ ଚାଲିଯାଉଛି । 

ଗତ ୨ ତାିଖରେ ନରେନ୍ଦ୍ର ପୁଷ୍କରିଣୀରୁ ମୃତଦେହ ଉଦ୍ଧାର ହୋଇଥିଲା । ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । କୁମ୍ଭାରପଡ଼ା ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲକୁ ପଠାଯାଇଥିଲା । ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ସରୋବରରୁ  ୫ ଡଙ୍ଗା ବାହାରିବା ବେଳେ ପୁଷ୍କରିଣୀର ଅପରପାର୍ଶ୍ବରୁ ଉଦ୍ଧାର ହୋଇଥିଲା ମୃତଦେହ।

Also Read:- Wife Murder Mystery: ଜେଲ୍ ଗଲେ ପତ୍ନୀ ହତ୍ୟାକାରୀ ଦେବରାଜ ଷଡ଼ଙ୍ଗୀ, ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣିବ ପୋଲିସ

ସେହିପରି ଆଗକୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଯାତ୍ରୀ ଙ୍କ ସମାଗମ ହେବ ପୁରୀରେ। ଏଣୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପ୍ରଶାସନ ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ପାଇଁ ଦାବି ହୋଇଛି ।