କାଠମାଣ୍ଡୁ, ୩/୧୧ : ଫ୍ଲୋରିଡାର ବିମାନ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଉ ଏକ ଭୟଙ୍କର ଦୁର୍ଘଟଣା । ମୁହାଁମୁହିଁ ହେଲେ ଦୁଇଟି ହେଲିକପ୍ଟର । ଏପରି ଅଭାବନୀୟ ଘଟଣା ଘଟିଛି ନେପାଳର କାଠମାଣ୍ଡୁରେ । ଏଠାରେ ଦୁଇଟି ହେଲିକପ୍ଟର ପରସ୍ପରକୁ ଧକ୍କା ଦେଇଛନ୍ତି ।

ଦୁର୍ଘଟଣାରେ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ଉଭୟ ହେଲିକପ୍ଟର ଫେରୋଚୀ ହେଲିପ୍ଯାଡରେ ଅବତରଣ କରୁଥିଲେ । ଏହି ସମୟରେ ସେମାନେ ପରସ୍ପରକୁ ଧକ୍କା ଦେଇଥିଲେ ।

Also Read :- ମୁରାସୁର କୋପରେ ଅସ୍ତବ୍ୟସ୍ତ ଜନଜୀବନ, ଉପକୂଳରେ ଉଚ୍ଚ ଜୁଆର ଓ ପ୍ରବଳ ବର୍ଷା ଆଶଙ୍କା

ନେପାଳ ନାଗରିକ ଉଡାଣ ପ୍ରାଧିକରଣର କହିବାନୁସାରେ, ଫିଷ୍ଟେଲ୍ ଏୟାର ଏବଂ ଡାଏନେଷ୍ଟି ଏୟାର ହେଲିକପ୍ଟର ଫେରୋଚୀ ହେଲିପ୍ୟାଡରେ ଅବତରଣ କରୁଥିଲେ । ଏହି ସମୟରେ ଉଭୟ ପରସ୍ପରକୁ ଧକ୍କା ଦେଇଥିଲେ । ଉଭୟଙ୍କ ଫ୍ୟାନ୍ ପ୍ରଥମେ ଧକ୍କା ଖାଇଥିଲା । ଯାହା ପରେ ଉଭୟ ହେଲିକପ୍ଟର ଖସି ପଡିଥିଲେ । ଏବେସୁଦ୍ଧା ସମସ୍ତ ତଥ୍ୟ ମିଳିପାରି ନାହିଁ ।

ସୋଲୁଖୁମ୍ବୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଡିଏସପି ନବୀନରାଜ ଦୁର୍ଘଟଣା ବାବଦରେ ସ୍ପଷ୍ଟ କରିଛନ୍ତି । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁଥି ପାଇଁ ଉଭୟ ହେଲିକପ୍ଟର ମୁହାଁମୁହିଁ ହେଲେ ସେନେଇ ତଦନ୍ତ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି ।