ନୂଆଦିଲ୍ଲୀ : ‘ସବୁ ଯେମିତି ସ୍ୱପ୍ନ ପରି । କିନ୍ତୁ ଏବେ ସବୁ ଠିକ୍ ଲାଗୁଛି। ପରିବାର ବହୁତ ଖୁସି, ଶିକ୍ଷକ ଶିକ୍ଷୟତ୍ରୀ ବହୁତ ଖୁସି। ଦିନକୁ 16ରୁ 17ଘଣ୍ଟା ପରିଶ୍ରମ କରିଛି। ଏବେ ଲାଗୁଛି ପରିଶ୍ରମ ସାକାର ହୋଇଛି। ’ ଏମିତି କିଛି କହିଛନ୍ତି, NEET UG 2026ର ଟପ୍ପର ପଞ୍ଜାବର ଆର୍ଯ୍ୟନ ଗୁପ୍ତା। ସେ 720ରୁ 715 ନମ୍ବର ରଖିଅଲ୍ ଇଣ୍ଡିଆ ରାଙ୍କ୍-1ହାସଲ କରିଛନ୍ତି। କିନ୍ତୁ ଏହି ସଫଳତା ତାଙ୍କୁ ଏତେ ସହଜରେ ମିଳିନି। ଏହା ପଛରେ ରହିଛି ଅନେକ ସଂଘର୍ଷ, ଧୈର୍ଯ୍ୟ ଓ ଅଦମ୍ୟ ପରିଶ୍ରମ।

NEETର ପ୍ରଥମ ପରୀକ୍ଷା ବାତିଲ ହେବା ପରେ ଆର୍ଯ୍ୟନ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ତଥାପି ସେ ହାର ନମାନି ପୁଣିଥରେ ଆରମ୍ଭ କରିଥିଲେ ପ୍ରସ୍ତୁତି । ଶେଷରେ ସେହି ସଂଘର୍ଷ ତାଙ୍କୁ ପହଞ୍ଚାଇଛି ଦେଶର ଶ୍ରେଷ୍ଠ ସ୍ଥାନରେ। ଆର୍ଯ୍ୟନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ୩ ମେରେ ହୋଇଥିବା ପ୍ରଥମ NEET ପରୀକ୍ଷା ପାଇଁ ସେ ଖୁବ୍ ପରିଶ୍ରମ କରିଥିଲେ। କିନ୍ତୁ ପରୀକ୍ଷା ବାତିଲ ହେବାର ଖବର ମିଳିବା ପରେ ସେ ନିଜକୁ ସମ୍ଭାଳି ପାରିନଥିଲେ।ବହୁତ କାନ୍ଦିଥିଲେସବୁ ପରିଶ୍ରମ ଯେମିତି ମାଟିରେ ମିଶିଗଲା ପରି ଅନୁଭବ ହୋଇଥିଲାହେଲେଏହି ଝଟକା ତାଙ୍କୁ ବେଶି ଦିନ ପର୍ଯ୍ୟନ୍ତ ନିରାଶ କରିପାରିନଥିଲା। ପରବର୍ତ୍ତୀ ଦିନଠାରୁ ସେ ପୁଣି ପଢ଼ାରେ ମନ ଦେଇଥିଲେ। ଯଦିଓ ପୁରୁଣା ଜୋଶକୁ ଫେରିବା ପାଇଁ ତାଙ୍କୁ ପ୍ରାୟ ଏକ ସପ୍ତାହ ସମୟ ଲାଗିଥିଲା। ଆର୍ଯ୍ୟନଙ୍କ ଜୀବନର ଏହି କଷ୍ଟକର ସମୟରେ ତାଙ୍କ ବଡ଼ ଭାଇଆଦିତ୍ୟ ତାଙ୍କୁ ଖୁବ୍ ସମର୍ଥନ କରିଥିଲେ।ବର୍ତ୍ତମାନ ଆଦିତ୍ୟ MBBS ପଢ଼ୁଛନ୍ତି। ଆର୍ଯ୍ୟନ କହିଛନ୍ତି, ତାଙ୍କ ଭାଇ ତାଙ୍କୁ ବୁଝାଇଥିଲେ ଯେରି-ଟେଷ୍ଟ କୌଣସି ଦଣ୍ଡ ନୁହେଁ, ବରଂ ନିଜକୁ ଆହୁରି ଭଲ ଭାବରେ ପ୍ରମାଣ କରିବାର ଆଉ ଗୋଟିଏ ସୁଯୋଗ।ଏହି କଥା ଆର୍ଯ୍ୟନଙ୍କ ଚିନ୍ତାଧାରାକୁ ବଦଳାଇ ଦେଇଥିଲା ଏବଂ ସେ ପୁଣିଥରେ ନୂଆ ଉତ୍ସାହ ସହିତ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏବେ ତାଙ୍କୁ ଫଳ ମିଳିଛି। NEET UG 2026ରେ ସେ 720ରୁ 715 ନମ୍ବର ରଖି99.99 ପର୍ସେଣ୍ଟେଜ୍ ମାର୍କ ଆଣିଛନ୍ତି। ଆଉଅଲ୍ ଇଣ୍ଡିଆ ରାଙ୍କରେ1ନମ୍ବର ରଖି ହୋଇଛନ୍ତି ଟପ୍ପର।

ଫଳାଫଳ ପ୍ରକାଶ ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା। ଆର୍ଯ୍ୟନ କହିଛନ୍ତି, ଏହି ସଫଳତା ପଛରେ ରହିଛି ନିରନ୍ତର ପରିଶ୍ରମ, ଶୃଙ୍ଖଳାବଦ୍ଧ ଜୀବନ ଏବଂ ଦୃଢ଼ ସଂକଳ୍ପ। NEET ପ୍ରସ୍ତୁତି ସମୟରେ ଆର୍ଯ୍ୟନ ଦିନକୁ ପ୍ରାୟ16ରୁ 17 ଘଣ୍ଟାପର୍ଯ୍ୟନ୍ତ ପଢ଼ୁଥିଲେ। ଅନେକ ସମୟରେ ଲକ୍ଷ୍ୟ ପ୍ରତି ଏକାଗ୍ର ଥାଇ ମଧ୍ୟ ବେଳେ ବେଳେ ସେ ଧର୍ଯ୍ୟହରା ହୋଇ ପଡ଼ନ୍ତି। ତଥାପି ଡାକ୍ତର ହେବାର ସ୍ୱପ୍ନ ତାଙ୍କୁ ସବୁବେଳେ ଆଗକୁ ବଢ଼ିବାକୁ ଦେଇଥିଲା ପ୍ରେରଣା । ଆର୍ଯ୍ୟନଙ୍କ ପରିବାରରେ ବାପା-ମା' ଉଭୟ ଡାକ୍ତର। ତାଙ୍କ ଭାଇ ମଧ୍ୟ MBBS ପଢ଼ୁଛନ୍ତି। କିନ୍ତୁ ଏକ ଅଘଟଣ ତାଙ୍କ ଡାକ୍ତର ହେବାର ଜିଦ୍ କୁ ବଢ଼ାଇ ଦେଇଥିଲା। ଯେତେବେଳେ ଆର୍ଯ୍ୟନତୃତୀୟ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ କ୍ୟାନ୍ସରରେ ପୀଡ଼ିତ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ତାଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥିଲା। ସେହି ଦିନଠାରୁ ସେ ନିଷ୍ପତ୍ତି ନେଇଥିଲେ ଯେ, ଡାକ୍ତର ହୋଇ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା କରିବେ। ଭବିଷ୍ୟତରେଅଙ୍କୋଲୋଜିଷ୍ଟହେବାର ଲକ୍ଷ୍ୟ ରଖିଛନ୍ତି।

AIR-1 ହାସଲ କରିଥିବା ଆର୍ଯ୍ୟନ କୁହନ୍ତି, ଏହା ଶେଷ ନୁହେଁ ଆରମ୍ଭ।ଏବେ ଭଲ ମେଡିକାଲ କଲେଜ୍ ବାଛିବାକୁ ପଡ଼ିବ ଏବଂ ଆଗକୁ ଆହୁରି ବହୁତ କିଛି ଶିଖିବା ବାକି ଅଛି।"NEET ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଯ୍ୟନ ପରାମର୍ଶ ଦେଇଛନ୍ତି ଯେ, ଶିକ୍ଷକଙ୍କ ଉପରେ ଭରସା ରଖିବା ଅତ୍ୟନ୍ତ ଜରୁରୀ। ଅର୍ଯ୍ୟନ ଆହୁରି କହିଛନ୍ତି,ନିଷ୍ଠା, ପରିଶ୍ରମ, ଶୃଙ୍ଖଳା ଓ ଧୈର୍ଯ୍ୟର ସହିତ ଆଗକୁ ବଢ଼ିଲେ ସଫଳତା ସୁନିଶ୍ଚିତ ।

Also Read- ଚଳନ୍ତା ଅଟୋରେ କୁମ୍ଭୀରକୁ ବସାଇ ଅଟୋଵାଲା ଭାଇରଲ ! ଦେଖନ୍ତୁ ଏହି ଦୃଶ୍ୟ...