ମଧ୍ୟପ୍ରଦେଶ : ଚଳନ୍ତା ଅଟୋ ଉପରେ ବସିଛି ବିଶାଳ କୁମ୍ଭୀର ! ଏହା ସମସ୍ତଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଘଟଣାଟି ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି । ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍ ହେଉଥିବା ଏହି ଦୃଶ୍ୟଟି ମଧ୍ୟପ୍ରଦେଶର ବୋଲି ଦାବି କରାଯାଉଛି । ଭିଡିଓଟିକୁ ଦେଖି ଅଧିକାଂଶ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । କିନ୍ତୁ ଏହାର ସତ୍ୟତାକୁ ନେଇ କୌଣସି ସ୍ପଷ୍ଟତା ମିଳିନାହିଁ । ଏହା ଉପରେ ସୋସିଆଲ୍ ମିଡିଆରେ ହଜାର ହଜାର ପ୍ରତିକ୍ରିୟା ଆସୁଛି । କେହି ଏହାକୁ ସତ ଭାବୁଥିବା ବେଳେ, ଆଉ କିଛି ଅବିଶ୍ୱାସ କରୁଛନ୍ତି

ଭାଇରାଲ୍ କ୍ଲିପ୍ରେ ଏକ ଅଟୋ ରିକ୍ସା ରାସ୍ତାରେ ଯାଉଥିବାବେଳେ ତାହାର ଛାତ ଉପରେ ଏକ ବିଶାଳ କୁମ୍ଭୀର ଶୋଇଛି । ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ କିଛି ଲୋକ ମୋବାଇଲ୍ରେ ଏହାକୁ ରେକର୍ଡ କରିଥିଲେ। ଭିଡିଓଟି ସୋସିଆଲ୍ ମିଡିଆରେ ପୋଷ୍ଟ ହେବା ପରେ ଲକ୍ଷାଧିକ ଲୋକ ଏହାକୁ ଦେଖି ସାରିଛନ୍ତି। କେହି ଏହାକୁ ଅବିଶ୍ୱସନୀୟ ବୋଲି କହୁଥିବା ବେଳେ ଆଉ କେହି ଏହାକୁ AI ଭିଡ଼ିଓ ବୋଲି ସନ୍ଦେହ କରୁଛନ୍ତି। ତେବେ ଭିଡିଓଟି ହେଉଛି ମଧ୍ୟପ୍ରଦେଶର ଏକ ରାଜପଥର ଦୃଶ୍ୟ । ଏଥିରେ ଦେଖାଯାଉଥିବା ଘଟଣା ବାସ୍ତବ କି ନୁହେଁ, ସେନେଇ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ତଥାପି ଏହି ଅଜବ ଦୃଶ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନେଟିଜେନ୍ମାନେ ବିଭିନ୍ନ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ଭାଇରାଲ୍ ହେଉଥିବା ଏହି ଭିଡିଓକୁ "India Is Not for Beginners" କ୍ୟାପ୍ସନ୍ ସହ ସେୟାର କରାଯାଇଛି। ଯାହା ଅନେକ ୟୁଜର୍ସଙ୍କୁ ଆଖିଦୃଷ୍ଟିଆ କରାଇଥିଲା । ତେଣୁ ସୋସିଆଲ୍ ମିଡିଆରେ ଏଭଳି ଆଶ୍ଚର୍ଯ୍ୟଜନକ ଭିଡିଓ ବେଳେବେଳେ ଭାଇରାଲ୍ ହେଉଥିଲେ ମଧ୍ୟ, ସେଗୁଡ଼ିକର ସତ୍ୟତା ଯାଞ୍ଚ ନକରି ବିଶ୍ୱାସ କରି ଭୟଭୀତ ହେବ ଆବଶ୍ୟକ ନାହିଁ ସବୁବେଳେ ଭାଇରାଲ୍ ହେଉଥିବା ଭିଡ଼ିଓର ସତ୍ୟତା ଯାଞ୍ଚ କରିବା ଜରୁରୀ