୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ, କହିଲେ- ବିଜେଡି ଜନଜାତି ଭାଇ ଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ

ଶଙ୍ଖ ଭବନରେ ପାଳିତ ହୋଇଛି ବିଶ୍ୱ ଆଦିବାସୀ ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ BJD ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଦିବାସୀ ବର୍ଗର ବିକାଶ, ଅଧିକାର ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ନବୀନ । BJD ସରକାର ସମୟରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଅଧିକାର, ହଷ୍ଟେଲ, ଅନ୍ୱେଷା କାର୍ଯ୍ୟକ୍ରମ, ଜଙ୍ଗଲ ଜମି ଅଧିକାର ଓ ସ୍ୱତନ୍ତ୍ର ବିକାଶ ପରିଷଦ ଭଳି ପଦକ୍ଷେପ ନିଆଯାଇଥିବା ସେ କହିଥିଲେ ।
NEWS7
BJD