ଭୁବନେଶ୍ୱର ୨୪।୦୩ : SCB ମେଡିକାଲ ପୋଡ଼ି ଘଟଣାରେ ରାଜ୍ୟ ରାଜନୀତିରେ ହଇଚଇ । ଶାସକ-ବିରୋଧୀଙ୍କ ମଧ୍ୟରେ ଚାଲିଛି ଆରୋପ ଏବଂ ପ୍ରତ୍ୟୋରପର ଲଢେଇ । କେତେବେଳେ ବିରୋଧୀ ଶାସକଙ୍କୁ କହୁଛନ୍ତି ତ ଆଉ କେତେବେଳେ ଶାସକ ବିରୋଧୀଙ୍କ ଟାର୍ଗେଟ କଲେଣି । ଏସବୁ ଭିତରେ ମଙ୍ଗଳବାର ଦିନ ପୁଣି ଥରେ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

Also Read:- ରେଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦଙ୍କ ଟିମ୍, RECAକୁ ଜମି ଯୋଗାଇ ଦେବାକୁ ଅନୁରୋଧ

ସେ କହିଛନ୍ତି ଯେ, SCB ମେଡିକାଲ ପୋଡ଼ି ଘଟଣାକୁ ନେଇ ୯ ଦିନ ବିତିସାରିଲାଣି । ତଥାପି କୌଣସି ବି କେନ୍ଦ୍ର ମନ୍ତ୍ରୀ ମେଡିକାଲ ପରିଦର୍ଶନ କରିନାହାନ୍ତି । କିନ୍ତୁ ଯେତେବେଳେ ଗୋଟିଏ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା ସେତେବେଳେ ଅନେକ କେନ୍ଦ୍ର ମନ୍ତ୍ରୀ ଆସିଥିଲେ । ଏବେ କାହିଁକି ଆସୁନାହାନ୍ତି । ଯାହା ପୁରା ଆଶ୍ଚର୍ଯ୍ୟଜନକ । ମୁଁ ଆଉ ଥରେ କହୁଛ ଯେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ଦିଅନ୍ତୁ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ହେବ । ବିଜେଡି ଜୋରଦାର ପ୍ରତିବାଦ କରିବ ।

Also Read:-ଚିକିତ୍ସା ପାଇଁ ବଡ଼ ମେଡିକାଲ ଆଣିଥିଲେ ମାଆ, ଭଲ ହେବା ବଦଳରେ ସବୁଦିନ ପାଇଁ ଛାଡ଼ିଦେଲା ହାତ...

ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖ ଦିନ କଟକ ଏସ୍ସିବି ମେଡିକାଲରେ ନିଆଁ ଲାଗିଥିଲା । ଯେଉଁଥିରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ଜାହିର କରିବା ସହ କ୍ଷତିପୂରଣ ଘୋଷଣା କରିଥିଲେ । ଏହାସହିତ ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ ମଧ୍ୟ ଘଟଣାରେ ଶୋକ ଜାହିର କରିଥିଲେ । କିନ୍ତୁ ଏପଟେ ରାଜ୍ୟ ରାଜନୀତିରେ ଚାଲିଥିଲା ଆରୋପ ଏବଂ ପ୍ରତ୍ୟୋରପର ଲଢେଇ । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ପ୍ରତି ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ବିରୋଧୀ ଏହି ପ୍ରସଙ୍ଗ ନେଇ ହୋହାଲ୍ଲା କରୁଛନ୍ତି । ଯାହାଫଳରେ ଗତ ୧୭ ତାରିଖରୁ ବିଧାନସଭା ଠିକ୍ ଭାବେ ଚାଲିପାରୁନି ।

Watch Video:-