ଭୁବନେଶ୍ୱର ୨୪।୦୩ : କ୍ୟାପିଟାଲ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ । ଡାକ୍ତରଙ୍କ ଭୁଲ ଚିକିତ୍ସା ଏବଂ ଷ୍ଟାଫ୍ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ନାବାଳକର ଜୀବନ । ନ୍ୟାୟ ଦାବିରେ କ୍ୟାପିଟାଲ ହସ୍ପିଟାଲରେ ବାରଣ୍ଡାରେ କାନ୍ଦୁଛି ମାଆ ।

Also Read:-୬ କୋଟି ଟଙ୍କାର ମାରିଜୁଆନା ଜବତ, ବ୍ୟାଙ୍କକରୁ ଭୁବନେଶ୍ୱର ହେଉଥିଲେ ଚାଲାଣ

ଖବର ଅନୁଯାୟୀ, ଟାଙ୍ଗୀ କାଳୁପଡ଼ା ଗାଁରେ ସାଇ ( ବୟସ ୧୧) ସୋମବାର ଦିନ ସକାଳ ସମୟରେ ସାଇକେଲ ଚଳାଉଥିବା ସମୟରେ ପଡ଼ିଯାଇଥିଲେ । ଯାହାପରେ ସେ ଅସୁସ୍ଥ ହେବାରୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ନାବାଳକର ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଆଖି ବୁଜିଛନ୍ତି ନାବାଳକ ସାଇ ।

Also Read:-Dhurandhar 2: ତାମିଲନାଡୁରେ ‘ଧୁରନ୍ଧର-୨’କୁ ବ୍ୟାନ୍ ଦାବି, ହାଇକୋର୍ଟରେ ପହଞ୍ଚିଲା ମାମଲା

ସେପଟେ ପରିବାର ପକ୍ଷରୁ ଆସିଛି ସଙ୍ଗୀନ ଅଭିଯୋଗ । ପରିବାର ଲୋକଙ୍କ ମତରେ ଡାକ୍ତରଙ୍କ ଚିକିତ୍ସା ଓ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ପରିବାର ଲୋକ ବର୍ତ୍ତମାନ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଅଛନ୍ତି । ସାଇଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକ ସହଜ ଗ୍ରହଣ କରିପାରୁନାହାନ୍ତି । କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Watch Video:-