ଭୁବନେଶ୍ବର ୧୦।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ । ଦିଲ୍ଲୀରେ ଅସୁସ୍ଥ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବେ । ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗଲେ ନବୀନ ବାବୁ । ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ ।

Also Read:- PM-RAHAT Yojana: ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ମିଳିବ ତୁରନ୍ତ ମାଗଣା ଚିକିତ୍ସା, ଅବହେଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ସଂସଦୀୟ ଦଳ ନେତା ଚୟନ ପ୍ରସଙ୍ଗରେ ଦେବୀ ମିଶ୍ର କହିଛନ୍ତି, ସିଏ ସୁପ୍ରିମୋ । ନିଷ୍ପତ୍ତି ତାଙ୍କର । ହେଲେ ହସ୍ପିଟାଲରେ ଭାଇଙ୍କୁ ଭେଟିବା ପ୍ରାଥମିକତା ବୋଲି କହିଛନ୍ତି । ଏୟାରପୋର୍ଟରେ ବିଜେଡି ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଦାଶବର୍ମା, ସାଲୁକା ପ୍ରଧାନ, ଟୁକୁନି ସାହୁ ।