ନୂଆଦିଲ୍ଲୀ: ଆଉ ନାହାନ୍ତି ବଲିଉଡ୍‌ର ବରିଷ୍ଠ କଳାକାର ନାନା ପାଟେକର । ୭୫ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର ଆକସ୍ମିକ ମୃତ୍ୟୁ କଳାକାର ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ବହୁ ହିଟ୍‌ ଚଳଚ୍ଚିତ୍ରରେ ନାନାଙ୍କ ଦମଦାର ଅଭିନୟ ଦର୍ଶକଙ୍କ ହୃଦୟରେ ସତେଜ ହୋଇ ରହିଛି ଏବଂ ରହିଥିବ । ନାନାଙ୍କୁ ହରାଇ ସାରା ଦେଶ ଆଜି ସ୍ତବ୍ଧ ହୋଇଯାଇଛି । ତାଙ୍କର ବଳିଷ୍ଠ ଅଭିନୟ ଏବଂ ନମ୍ର ସ୍ବଭାବ ସମସ୍ତଙ୍କୁ ଅନୁପ୍ରାଣିତ କରେ । ଅନେକ ଫିଲ୍ମରେ ଅଭିନୟ କରି ସେ କୋଟି କୋଟି ଟଙ୍କା ରୋଜଗାର କରିଥିଲେ ସତ, କିନ୍ତୁ ସେ ସବୁ ବେଳେ ଗାଁ ପରିବେଶରେ ଅତି ସରଳ ଜୀବନ ଯାପନ କରୁଥିଲେ । ସଫଳତା କେବେ ବି ତାଙ୍କର ଭାବମୂର୍ତ୍ତିକୁ ମଳିନ କରିପାରିନଥିଲା । ଆଜି ନାନା ଆଉ ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ଜୀବନଯାତ୍ର ଏବଂ ଚରିତ୍ର ସଂପର୍କରେ ଚର୍ଚ୍ଚା ହୁଏତ କେବେ ବି ଥମିବ ନାହିଁ । 

ନାନାଙ୍କ ମୃତ୍ୟୁ ପରେ, ତାଙ୍କ ଅଭିନୀତ ଫିଲ୍ମ ଏବଂ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ସେ ଛାଡ଼ିଯାଇଥିବା ସଂପତ୍ତିକୁ ନେଇ ମଧ୍ୟ ସେତିକି ଆଲୋଚନା । ପ୍ରକୃତରେ ନାନା କେତେ ସଂପତ୍ତିର ମାଲିକ ଥିଲେ ? ସେ ସବୁ ବେଳେ କହୁଥିଲେ, କାଲି ମୋର ମୃତ୍ୟୁ ହେବ, ଏହା ଯିଏ ବୁଝିପାରିବ ସେ ଆଜି ହିଁ ଭଲ ଭାବରେ ବଞ୍ଚିପାରିବ । ଧନସଂପତ୍ତି ପାଇଁ ସେ କେବେ ବି ବ୍ୟାକୁଳ ନଥିଲେ । ତଥାପି ନାନାଙ୍କ ଉପରେ ରହିଥିଲା ମା’ ଲକ୍ଷ୍ମୀଙ୍କ କୃପା । ଛୋଟ ଘରେ ରହୁଥିଲେ ସତ, କିନ୍ତୁ ତାଙ୍କ ପାଖରେ ଥିଲା ଫାର୍ମ ହାଉସ୍‌ ।

ନାନାଙ୍କ ସଂପତ୍ତି 
ମିଡିଆ ରିପୋର୍ଟ ଅନୁସାରେ, ନାନାଙ୍କ ନାଁରେ ୫୦ରୁ ୮୦ କୋଟି ଟଙ୍କାର ସଂପତ୍ତି ରହିଛି । ଦଶନ୍ଧି ଦଶନ୍ଧି ଧରି ସିନେ ଜଗତରେ ରାଜ କରିଥିଲେ ନାନା । ପରବର୍ତ୍ତୀ ସମୟରେ ସେ ଗୋଟିଏ ଗୋଟିଏ ଫିଲ୍ମ ପାଇଁ ୨ରୁ ୩ କୋଟି ଟଙ୍କା ଚାର୍ଜ କରୁଥିଲେ।  ମୁମ୍ବାଇରେ ତାଙ୍କର ଏକ ୧ ବିଏଚକେ ଫ୍ଲାଟ ରହିଛି । ଗୋଆର ଡୋନା ପାଉଲାରେ ତାଙ୍କର ଏକ ଘର ଅଛି, ଯେଉଁଠି ସେ ନିସ୍ତେଜ ଭାବରେ ପଡ଼ି ରହିଥିଲେ ଏବଂ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ପୁଣେରେ ତାଙ୍କ ନାଁରେ ୨୭ ଏକର ପରିବ୍ୟାପ୍ତ ଫାର୍ମ ହାଉସ୍‌ ରହିଛି । ସେଠାରେ ସେ ଅନେକ ସମୟରେ କୃଷି କାର୍ଯ୍ୟ କରୁଥିଲେ । 

ନାନାଙ୍କ କାର୍‌ କଲେକ୍ସନ୍‌
ନାନା ସାଧାରଣ ଜୀବନ ଯାପନ କରୁଥିଲେ ବି, ତାଙ୍କର ନିଆରା ଷ୍ଟାରଡମ୍‌ ଥିଲା।  ନାନାଙ୍କ ଗାଡ଼ିର ସଉକ ଦେଖିଲେ, ଏହା ଜଣାପଡ଼େ । ନାନାଙ୍କ କାର ତାଲିକାରେ  ମହିନ୍ଦ୍ରା ଜିପ୍‌ ସିଜେ୪, ଅଡି କ୍ୟୁ୭ ଏବଂ ମହିନ୍ଦ୍ରା ସ୍କର୍ପିଓ ସାମିଲ ।    

ନାନାଙ୍କ ସମାଜସେବା
ସେ ରୋଜଗାର କରିଥିବା ଟଙ୍କାର ମୋଟା ଅଂଶ ସମାଜ କାମରେ ବ୍ୟବହାର ହେଉଥିଲା ।ନାମ୍‌ ପାଉଣ୍ଡେସନ୍‌ ମାଧ୍ୟମରେ ସେ ମରୁଡ଼ି ପ୍ରଭାବିତ କୃଷକଙ୍କୁ ସହାୟତା କରୁଥିଲେ । ୨୦୧୫ରେ ସେ ନାମ୍‌ ଫାଉଣ୍ଡେସନ୍‌ ପ୍ରତିଷ୍ଠା କରିଥିଲେ । ଏହା ମହାରାଷ୍ଟ୍ରରେ ମରାଠାଓ୍ବାଡା ଏବଂ ବିଦର୍ଭ ଅଞ୍ଚଳରେ ଅସହାୟ କୃଷକଙ୍କୁ ସ୍ବାବଲମ୍ବୀ କରିବାରେ ସହାୟକ ହେଉଥିଲା । ସେହିଭଳି ପିଲାଙ୍କ ଶିକ୍ଷା ଲାଗି ନାନା କାମ କରୁଥିଲେ । ଆବାସିକ ବିଦ୍ୟାଳୟ ନିର୍ମାଣ କରିଥିଲେ, ବିଧବାମାନଙ୍କୁ ସ୍ବାବଲମ୍ବୀ କରିବାକୁ ସେ ଅନେକ କାମ କରିଥିଲେ । 

ନାନା ପଟେକର ନିଜ ଜୀବନକାଳରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଚମତ୍କାର ଅଭିନୟ ପାଇଁ ନାନା ୪ଟି ଫିଲ୍ମ ଫେୟାର ଆଓ୍ବାର୍ଡ, ଗୋଟିଏ ମହାରାଷ୍ଟ୍ର ରାଜ୍ୟ ଫିଲ୍ମ ପୁରସ୍କାର ଏବଂ ମରାଠୀ ଫିଲ୍ମ ପୁରସ୍କାର ପାଇଥିଲେ । ସିନେମା ପ୍ରତି ତାଙ୍କର ଅବଦାନ ଲାଗି ତାଙ୍କୁ ୨୦୧୩ରେ ପଦ୍ମଶ୍ରୀ ସମ୍ମାନ​‌ରେ ସମ୍ମାନିତ କରିଥିଲେ ଭାରତ ସରକାର । ନାନା ପାଟେକରଙ୍କ ପରଲୋକ ହୋଇଯାଇଛି । ସେ ଆଉ ନାହାନ୍ତି ସତ, କିନ୍ତୁ ତାଙ୍କର କାଳଜୟୀ କୃତି ପ୍ରତି ଜନମାନସରେ ସେମିତି ଜୀବିତ ହୋଇ ରହିଥିବ ଚିରଦିନ ।