ଭୁବନେଶ୍ବର: ପ୍ରେମ କ’ଣ ମରିଯାଏ... ପ୍ରେମ କଣ ସରିଯାଏ... ପ୍ରେମରେ କଣ ଘୃଣା ଅଛି... ନା ପ୍ରକୃତ ପ୍ରେମରେ ଏହା ତ ଜମା ବି ନୁହେଁ । ସଂପର୍କର ଦୂରତା ଲିଭାଇ ପାରେନି ହୃଦୟର ନୀବିଡତାକୁ । ଆଉ ଦୁନିଆରେ ନାହାନ୍ତି ନାନା । ତଥାପି ସେ ଦେଇଥିବା ସ୍ନେହ , ଶ୍ରଦ୍ଧା ଓ ଭଲ ପାଇବା ତାଙ୍କୁ ଜୀବିତ କରି ରଖିଥିବ ଫ୍ୟାନ୍ସଙ୍କ ହୃଦୟରେ । ୭୫ ବର୍ଷରେ ନାନାଙ୍କ ମୃତ୍ୟୁ ଚଳଚ୍ଚିତ୍ର ଜଗତକୁ କରିଦେଇଛି ସ୍ତବ୍ଧ । ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି । କିନ୍ତୁ ସେହି ଗୋଟିଏ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେ ପୋଷ୍ଟ ଟି ଅଭିନେତ୍ରୀ ମନୀଶା କୋଏରାଲାଙ୍କର । ସେ ଦୁଃଖ ଓ ସମବେଦନା ଜଣାଇ ଲେଖିଛନ୍ତି, ଜଣେ ମହାନ ଅଭିନେତା, ଏକ ଅସାଧାରଣ ବ୍ୟକ୍ତିତ୍ୱ, ଆଉ ଅଭିନୟ କଳାର ସର୍ବଶ୍ରେଷ୍ଠ କଳାକାରଙ୍କ ଦେହାନ୍ତରେ ମୁଁ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛି। ସିନେମାରେ ତାଙ୍କ ଯୋଗଦାନ । ଆଉ ନିଜସ୍ୱ ଅଭିନୟ ପ୍ରତି ତାଙ୍କ ସମର୍ପଣ ସବୁବେଳେ ମନେ ରହିବ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ଓମ୍ ଶାନ୍ତି ।

ମନୀଷା କୋଏରାଲା ଓ ନାନାଙ୍କ ସଂପର୍କ ଖୁବ୍ ନିବିଡ଼ । ୯୦ ଦଶକର କଥା । ଗୋଟିଏ ପଟେ ନାନା ପାଟେକରଙ୍କ ଦମଦାର ଅଭିନୟ, ଅନ୍ୟପଟେ ମନୀଷା କୋଇରାଲାଙ୍କ ଅଭିନୟର ଜଲୱା । ପରଦାରେ ଏହି ଦୁଇ ତାରକାଙ୍କ କେମେଷ୍ଟ୍ରି ଯେତିକି ଚର୍ଚ୍ଚିତ ଥିଲା, ପରଦା ବାହାରେ ଦୁହିଁଙ୍କ ସମ୍ପର୍କକୁ ନେଇ ମଧ୍ୟ ସେତିକି ଆଲୋଚନା । ସେ ସମୟରେ ନାନା ପାଟେକର ଓ ମନୀଷା କୋଇରାଲାଙ୍କ ପ୍ରେମ ସମ୍ପର୍କ ବଲିଉଡର ଚର୍ଚ୍ଚିତ ପ୍ରେମ କାହାଣୀ ମଧ୍ୟରୁ ଗୋଟିଏ ଥିଲା । କିନ୍ତୁ ନାନାଙ୍କର ପ୍ରେମର ଶେଷ ଅଧ୍ୟାୟ ଥିଲା ବେଶ୍ ଯନ୍ତ୍ରଣା ଦାୟକ ।

ଫିଲ୍ମ 'ଅଗ୍ନି ସାକ୍ଷୀ'ର ଲେଖକ ରଣବୀର ପୁଷ୍ପ ଏକ ସାକ୍ଷାତକାରରେ କହିଥିଲେ, ୧୯୯୬ ମସିହାରେ ରିଲିଜ ହୋଇ ଥିବା 'ଅଗ୍ନି ସାକ୍ଷୀ'ର ସୁଟିଂ ସେଟ୍‌ରେ ହିଁ ଗଢ଼ି ଉଠିଥିଲା ନାନା-ମନୀଷାଙ୍କ ପ୍ରେମ ସମ୍ପର୍କ । ଫିଲ୍ମରେ ନାନା ପାଟେକର ଓ ମନୀଷା କୋଇରାଲାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମର ଶୁଟିଂ ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ନୀବିଡ଼ତା ବଢ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହା ବନ୍ଧୁତା ଥିଲା ନା ପ୍ରେମ, ସେ ବିଷୟରେ କାହାକୁ କିନ୍ତୁ ସ୍ପଷ୍ଟ ଜଣା ନଥିଲା । ତେବେ ଫିଲ୍ମ ସେଟ୍ ରେ ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ଥିଲା। ନାନା ପାଟେକରଙ୍କ ସହ ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ମନୀଷା ଫିଲ୍ମ ‘ସୌଦାଗର’ର ସହ-ଅଭିନେତା ବିବେକ ମୁଶରାନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଥିଲା । ପରେ ଦୁହିଁଙ୍କ ବ୍ରେକଅପ୍ ହୋଇଥିଲା । ଏହା ପରେ ମନୀଷାଙ୍କ ଜୀବନରେ ନାନା ପାଟେକରଙ୍କ ହୋଇଥିଲା ଏଣ୍ଟ୍ରି । ସେ ସମୟରେ ମନୀଷାଙ୍କ ବୟସ ୨୬ ବର୍ଷ ଥିବାବେଳେ ନାନା ତାଙ୍କଠାରୁ ପ୍ରାୟ ୨୦ ବର୍ଷ ବଡ଼ ଥିଲେ। ତଥାପି ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। କିନ୍ତୁ ଏହି ସମ୍ପର୍କର ସବୁଠାରୁ ବଡ଼ ଜଟିଳତା ଥିଲା ନାନା ପୂର୍ବରୁ ଥିଲେ ବିବାହିତ । ନାନାଙ୍କ ବିବାହ ନୀଳକାନ୍ତି ପାଟେକରଙ୍କ ସହ ହୋଇଥିଲା । ଦୁହିଁଙ୍କର ଏକ ପୁଅ ମଧ୍ୟ ।ଯଦିଓ ସେ ସମୟରେ ନାନା ଓ ନୀଳକାନ୍ତି ଏକାଠି ରହୁନଥିଲେ ବୋଲି କୁହାଯାଉଥିଲା।

ପତ୍ନୀଙ୍କ ସହ ଦୂରତା ଥିଲେ ବି ନାନା ତାଙ୍କ ବିବାହକୁ ଶେଷ କରିବାକୁ ଚାହୁଁନଥିଲେ। ଏହି କଥା ପରବର୍ତ୍ତୀ ସମୟରେ ମନୀଷାଙ୍କ ସହ ତାଙ୍କ ସମ୍ପର୍କରେ ବଡ଼ ପ୍ରଭାବ ପକାଇଥିଲା। କାରଣ ସମ୍ପର୍କ ଗଭୀର ହେବା ସହ ଦୁହିଁଙ୍କ ମଧ୍ୟରେ ମତଭେଦ ମଧ୍ୟ ବଢ଼ିଥିଲା। କିନ୍ତୁ ନାନା ମନୀଷାଙ୍କ ପ୍ରତ୍ୟେକ ନିସ୍ପତ୍ତିରେ ହସ୍ତକ୍ଷେପ କରୁଥିଲେ ନାନା। ଯେମିତି କି ମନୀଷା କେଉଁ ପ୍ରକାରର ପୋଷାକ ପିନ୍ଧିବେ କିମ୍ବା ଫିଲ୍ମରେ କେଉଁ ପ୍ରକାରର ଦୃଶ୍ୟ କରିବେ। ଏହାକୁ ନେଇ ମଧ୍ୟ ଦୁହିଁଙ୍କ ମଧ୍ୟରେ ମତଭେଦ ବଢ଼ିଲା। ପରେ ‘ୟୁଗପୁରୁଷ’ର ଶୁଟିଂ ସମୟରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆହୁରି ବଢ଼ିଥିବା କୁହାଯାଏ। ଆଉ ଏହା ପଛର କାରଣ ଥିଲେ ଆୟଶା ଜୁଲକା। ଆଲୋଚନା ହୁଏ ମନୀଷା ଦିନେ ନାନା ଓ ଆୟଶାଙ୍କୁ ଆଲିଙ୍ଗନ ଅବସ୍ଥାରେ ଦେଖି ଦେଇଥିଲେ। ସେଦିନ ଉଭୟ ଅଭିନେତ୍ରୀଙ୍କ ମଧ୍ୟରେ ଖୁବ୍ ଗଣ୍ଡଗୋଳ ହୋଇଥିଲା। ଆଉ ନାନାଙ୍କ ଠାରୁ ଦୂରେଇ ରହିବାକୁ ଆୟୋଶାଙ୍କୁ କହିଥିଲେ ମନିଷା। ଏହି ଘଟଣା ପରେ ନାନାଙ୍କୁ ବିବାହ କରିବାକୁ ମନୀଷା ଚାହିଁଥିଲେ। କିନ୍ତୁ ନାନା ରାଜି ହୋଇନଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ନିଜ ପତ୍ନୀ ନୀଳକାନ୍ତିଙ୍କୁ ଛାଡ଼ପତ୍ର ଦେବେ ନାହିଁ। ଏହା ପରେ ଅଲଗା ହୋଇଯାଇଥିଲେ ନାନା ଏବଂ ମନୀଷା।

ନାନା ପାଟେକର ଓ ମନୀଷା କୋଇରାଲା ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସଞ୍ଜୟ ଲୀଲା ଭନସାଲୀଙ୍କ ପ୍ରଥମ ଫିଲ୍ମ ‘ଖାମୋଶୀ: ଦ ମ୍ୟୁଜିକାଲ୍’ରେ ମଧ୍ୟ ଦୁହେଁ ଏକାଠି ନଜର ଆସିଥିଲେ। ଏହି ଫିଲ୍ମରେ ମନୀଷା ନାନାଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ‘ଅଗ୍ନି ସାକ୍ଷୀ’ ଏବଂ ୧୯୯୮ରେ ‘ଯୁଗପୁରୁଷ’ରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

Nana Patekar: କେତେ ପାଠ ପଢିଥିଲେ ନାନା ପାଟେକର ? ଅଭିନେତା ହେବା ପୂର୍ବରୁ କରୁଥିଲେ ଏହି କାମ

ନାନା ଓ ମନୀଷାଙ୍କ ପ୍ରେମ କାହାଣୀ ଯେତିକି ଚର୍ଚ୍ଚିତ, ସେତିକି ଜଟିଳ ମଧ୍ୟ। ତଥାପି ୯୦ ଦଶକର ବଲିଉଡ୍ର ଚର୍ଚ୍ଚିତ ପ୍ରେମ କାହାଣୀ କଥା ଆସିଲେ। ଏହି ଦୁହିଁଙ୍କ ଅଧୁରା ପ୍ରେମ କାହାଣୀ ନିହାତି ମନେ ପଡ଼ିଯାଏ।