ଚେନ୍ନାଇ,୦୯|୦୭ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏଥିରେ ଟ୍ରେନର ଏକ ହନିମୁନ୍ କୋଚର ଝଲକ୍ ଦେଖିବାକୁ ମିଳିଛି । ଟ୍ରେନରେ ଏହି ଏସି ୧- କ୍ୟାବିନର ଭିଡିଓକୁ ନେଇ ଅନେକ ପ୍ରଶ୍ନ ଉଠିଛି। କ୍ୟାବିନକୁ ହନିମୁନ୍ ସୁଟ୍ ଭଳି ସଜାଯାଇଛି। କ୍ୟାବିନକୁ ରଙ୍ଗୀନ୍ ବେଲୁନ୍, ଲେସ୍ ଓ ଗୋଲାପ ଫୁଲରେ ସଜାଯାଇଛି। ତଳେ ବିଭିନ୍ନ ପ୍ରକାର ଫୁଲ ବିଛାଯାଇଛି। ଛୋଟ ଛୋଟ ଲାଇଟ୍ ଲାଗିଛି। ଫୁଲତୋଡ଼ା ରଖାଯାଇଛି। ଏଥିସହ କାନ୍ଥରେ ‘ଆଇ ଲଭ୍ ୟୁ' ଲେଖାଯାଇଛି।  

ତେବେ ଜଣେ ଯାତ୍ରୀ ନିଜ ସାଥୀଙ୍କୁ ସରପ୍ରାଇଜ୍ ଦେବାକୁ ଏପରି କରିଥିଲେ । ସାଉଥ ସେଣ୍ଟ୍ରାଲ ରେଲୱେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣା ନନ୍ଦୀଗ୍ରାମ ଏକ୍ସପ୍ରେସର ଟ୍ରେନ୍ ସଂଖ୍ୟା - ୧୧୦୦୨ର । ରେଳବାଇ ଅଧିକାରୀ କହିଛନ୍ତି, ଟ୍ରେନ୍ ୧- ଏସି କ୍ୟାବିନରେ ଜଣେ ଦମ୍ପତ୍ତି ଯାତ୍ରା କରୁଥଲେ ।ସେମାନେ ଯାତ୍ରା ପୂର୍ବରୁ ସଂରକ୍ଷିତ କ୍ୟାବିନକୁ ସଜାଇବା ପାଇଁ ଜଣେ ଅନ୍ଲାଇନ୍ ଡେକୋରେଟରଙ୍କୁ ଭଡ଼ାରେ ନେଇଥିଲେ ।

ବିବାହର ୨୯ ବର୍ଷ ପରେ ଛାଡପତ୍ର ନେଲେ ପାକିସ୍ତାନର ଷ୍ଟାର କପଲ, କହିଲେ କାହିଁକି ଆମେ ପିଲା କରିବାକୁ ଚାହୁଁନଥିଲୁ

ତେବେ ବ୍ୟକ୍ତି ଜଣଙ୍କ ରେକବାଇର ଅଧିକାରୀଙ୍କ ଅନୁମତି ବିନା ଟ୍ରେନ୍ କୋଚରେ ପ୍ରବେଶ କରିଥିଲା । ରେଳବାଇ ଏହାକୁ ସୁରକ୍ଷାରେ ଗମ୍ଭୀର ଅବହେଳା ରୂପେ ଗ୍ରହଣ କରିଛି । ଏହାସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। କାର୍ଯ୍ୟରେ ଖିଲାପ କରିଥିବା ଅଭିଯୋଗରେ ଟିଟିଇଙ୍କୁ ପଚରାଉଚରା କରୁଛି । ଯାଞ୍ଚ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳବାଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।