ଭୁବନେଶ୍ୱର: ସଂସଦୀୟ ଦଳର ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର । କହିଛନ୍ତି, ଗଣମାଧ୍ୟମ ମୋ ନା କୁ ନେଇ ଚର୍ଚ୍ଚା କରୁଛି । ମୋତେ ପଦବୀ ଦେବା ଉପରେ କୌଣସି ସତ୍ୟତା ନାହିଁ । ସାଂସଦ ଭିତରେ ଦଳର ନେତା କିଏ ହେବେ ତାହା ଦଳର ସଭାପତି ନିଷ୍ପତି ନେବେ ।

ଜଣେ ଅଭିଜ୍ଞ ନେତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ । ସସ୍ମିତ ପାତ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ସେ ନିଜ ଇଚ୍ଛାରେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି । ଦଳ ସଭାପତି ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ସାଂସଦରେ ଆମ ଦଳର ଅନ୍ୟ ସାଂସଦ ମାନଙ୍କ ମଧ୍ୟ ମୋଠାରୁ ଅଧିକ ଅନୁଭୂତି ରହିଛି । ମୋର ସବୁବେଳେ ଭଲ କାମ କରିବା ପାଇଁ ସବୁ ବେଳେ ଇଚ୍ଛା ଅଛି । କିନ୍ତୁ କୌଣସି ପଦ ପାଇବା ପାଇଁ ମୋର ବ୍ୟଗ୍ରତା ନାହିଁ। ରାଜ୍ୟସଭା ସାଂସଦ ହେବା ପରେ ମୋର ଆହୁରି ଦାୟୀତ୍ୱ ବଢ଼ିଛି । ମୋ ପାଖେ ସମୟ ନାହିଁ । କିନ୍ତୁ ଗଣମାଧ୍ୟମରେ ମୋ ନାମକୁ ନେଇ ଚର୍ଚ୍ଚା ହେଉଛି । ଏହା ଏକ ଭ୍ରାନ୍ତଧାରଣା ।

Also Read....Biju Legacy: ବିଜୁଙ୍କ ଶ୍ରାଦ୍ଧ ଦିବସରେ ଏକାଠି ହେବେ ବିଜୁ ଅନୁଗତ, ପଡ଼ିବ ନୂଆ ଦଳର ମୁଳଦୂଆ

ସଂସଦୀୟ ଦଳର ନେତା ହେବା ପାଇଁ ମୋ ଦକ୍ଷତା ନାହିଁ । କିଏ ଦାୟୀତ୍ୱ ନବ ତାହା ଦଳ ସଭାପତି ନିଷ୍ପତି ନେବେ । କାଳ୍ପନିକ କଥାକୁ ଚର୍ଚ୍ଚା କରି ଗଣମାଧ୍ୟମ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଓଡ଼ିଶାର ଅନେକ ସମସ୍ୟା ଅଛି । ପୂର୍ବତଟ ରେଳବାଇ ଆନ୍ଧ୍ରକୁ ଚାଲି ଯାଇଛି । ତାହାକୁ ନେଇ ପ୍ରଶ୍ନ ଉଠାଇବା ଆବଶ୍ୟକ । ଗଣମାଧ୍ୟଗୁଡ଼ିକରେ ଓଡ଼ିଶାର ଅସଲ ସମସ୍ୟା ଗୁଡିକୁ ଲୋକ ଲୋଚନକୁ ଆଣିବା ଆବଶ୍ୟକ ରହିଛି ।