ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାରୁ ୩ ସାଂସଦ ବି ଶପଥ ନେଇଛନ୍ତି । ତେବେ ଖୁସିର କଥା ଓଡ଼ିଶାର ୩ ସାଂସଦ ମାନେ ଓଡ଼ିଆରେ ଶପଥ ନେଇଛନ୍ତି । ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଶପଥ ନେଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆଉ ଜଣେ ସାଂସଦ ଅର୍ଥାତ୍ ସୁଜିତ କୁମାର ଶପଥ ନେଇନାହାଁନ୍ତି । କଣ ପାଇଁ ସେ ଶପଥ ନେଇନାହାଁନ୍ତି ତାହା ଜଣାପଡିନି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍ ସଂସଦ ଭବନରେ ଓଡ଼ିଶାରୁ ନବନିର୍ବାଚିତ ୩ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

୨୦୨୬ ମାର୍ଚ୍ଚ ୧୬ରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଜିତିଥିବା ବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟ ମଧ୍ୟ ନିର୍ବାଚନ ଜିତି ଥିଲେ । ସେହିପରି ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ରାଜ୍ୟସଭା ନିର୍ବାଚନରେ ବାଜିମାତ କରିଛନ୍ତି ।

Also Read...West Bengal Elections: ମମତା ବାନାର୍ଜୀଙ୍କ ହେଲିକପ୍ଟର ପାଖରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍! ସୁରକ୍ଷାରେ ବଡ଼ ତ୍ରୁଟି, ବିହାରର ୩ ଯୁବକ ଗିରଫ

ବିଜେଡି କଂଗ୍ରେସ ଏବଂ ବାମଦଳ ପକ୍ଷରୁ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଶେଷରେ ପରାଜୟ ସ୍ବିକାର କରିବାକୁ ପଡ଼ିଥିଲା ।ପ୍ରଥମ ପସନ୍ଦ ଭୋଟରେ ଜିତିଥିଲେ ମନେମାହନ ସାମଲ, ସୁଜିତ କୁମାର ଓ ସଂତୃପ୍ତ ମିଶ୍ର । ଦ୍ବିତୀୟ ପସନ୍ଦର ଭୋଟ୍ ସହାୟତାରେ ଜିତିଥିଲେ ଦିଲୀପ ରାୟ । ନିର୍ବାଚନରେ ଦିନ ତମାମ ଲାଗିରହିଥିଲା ରାଜନୈତିକ ଛକାପଞ୍ଝା । କ୍ରସ୍-ଭୋଟିଂ ଯୋଗୁଁ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ବାଜି ମାରିଥିଲେ । ମତଦାନ ଅନୁଯାୟୀ, ଆଠ ଜଣ ବିଜେଡି ବିଧାୟକ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ଭୋଟ ଦେଇଥିଲେ, ଯାହା ଦିଲୀପଙ୍କ ବିଜୟକୁ ସୁନିଶ୍ଚିତ କରିଥିଲା ।

ସେହିପରି କଂଗ୍ରେସର ୩ ଟି ଭୋଟ୍ ମଧ୍ୟ ଦିଲୀପଙ୍କୁ ଯାଇଥିଲା । ଗତ ରାଜ୍ୟସଭା ନିର୍ବାଚନ ଫଳାଫଳକୁ ବିଜୁ ଜନତା ଦଳ ଏବଂ କଂଗ୍ରେସ ଏବଂ ସିପିଏମ୍ ସମେତ ମିଳିତ ବିରୋଧୀ ଦଳକୁ ଏକ ବଡ଼ ଝଟକା ଲାଗିଛି, ଯେଉଁମାନେ ଶେଷ ଆସନ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସେମାନଙ୍କର ସାଧାରଣ ପ୍ରାର୍ଥୀ ଭାବେ ସମର୍ଥନ କରିଥିଲେ ।