ଭୁବନେଶ୍ଵର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବଳ କଷାକଷି ହେବେ ବିଜୁଙ୍କ ଅନୁଗତ । ବିଜେଡିରୁ କରଛଡା ଦେଇଥିବା ନେତା ଏବଂ ବିତାଡ଼ିତ ବିଜୁ ଅନୁଗତମାନେ ଏକାଠି ହୋଇ ଓଡ଼ିଶା ନାଗରିକ ମଞ୍ଚରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରିବେ । ଆଉ ଏହିଠାରେ ହିଁ ଶକ୍ତି ପ୍ରଦର୍ଶନ ସହ ନୂଆ ଦଳ ଗଠନର ମୁଳଦୂଆ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଏମିତିରେ ବିଜେଡି କହିଛି ବିଜୁ ଜନତା ଦଳକୁ ଛାଡ଼ିଦେଲେ ଆଉ କୌଣସି ଦଳ ଓଡ଼ିଶାରେ ତିଷ୍ଠିବନି । ସେପଟେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ବିଜୁ ଅନୁଗତଙ୍କ ନୂଆ ମଞ୍ଚ ବିଜେପିକୁ ଫାଇଦା ଦେବ।

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ଏକାଠି ହେବେ ବିଜୁ ଅନୁଗତ । ଆଉ ଏହିଠାରୁ ହିଁ ପଡ଼ିବ ନୂଆ ଦଳର ମୁଳଦୂଆ । ଏପ୍ରିଲ ୧୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଦିନ ଓଡ଼ିଶା ନାଗରିକ ମଞ୍ଚ ନାଁରେ ଏକାଠି ହେବେ ବିଜୁଙ୍କ ଅନୁଗତ । ବିଜେଡିରୁ କରଛଡା ଦେଇଥିବା ନେତା ଏବଂ ବିତାଡ଼ିତ ବିଜୁ ଅନୁଗତମାନେ ଏକାଠି ହୋଇ ଓଡ଼ିଶା ନାଗରିକ ମଞ୍ଚରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରିବେ । ଆଉ ଏହିଠାରେ ହିଁ ଶକ୍ତି ପ୍ରଦର୍ଶନ ସହ ନୂଆ ଦଳ ଗଠନର ମୁଳଦୂଆ ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

Also Read: ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର, କାରଣ କ'ଣ ?

ଏହାର ନେତୃତ୍ବ ନେବେ ରାଜସଭା ସାଂସଦ ଦିଲ୍ଲୀପ ରାୟ, ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ ଏବଂ ଅମର ଶତପଥୀଙ୍କ ଭଳି ନେତା । ଭୁବନେଶ୍ବରରେ OUAT କନଭେନସନ ହଲରେ ଆୟୋଜିତ ହେବ ବିଜୁବାବୁଙ୍କ ଶ୍ରାଦ୍ଧ ପାଳନ ସଭା । ପାଖାଖାଖି ୫ହଜାର ଲୋକ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ବରିଷ୍ଠ ରାଜନେତା ଅମର ଶତପଥୀ କହିଛନ୍ତି କିଛି ବର୍ଷ ଧରି ବିଜୁ ବାବୁଙ୍କ ନାଁକୁ ଖର୍ବ କରିବାକୁ ଚେଷ୍ଟା କରାଯାଇଛି । ବିଜେଡିରେ ବିଜୁ ବାବୁଙ୍କ ଫଟୋକୁ ବି କାଢି ଦିଆଯାଇଛି । ଅନ୍ୟ ମାନଙ୍କ ନାଁ ଓ ଫଟୋ ଲଗାଇ ରାଜନୀତି କରାଯାଉଛି । ଆଜି ବି କିଛି ଲୋକ ବିଜୁ ବାବୁଙ୍କ ନାଁ ବ୍ୟବହାର କରିବାକୁ ଚାହୁଁଛନ୍ତି କିନ୍ତୁ ବିଜୁ ଲିଗାସୀକୁ ଆଗକୁ ନେବାକୁ ଚାହୁଁ ନାହାନ୍ତି । ଲିଗାସୀ ବନାମ୍ ହିପୋକ୍ରାସୀ ଲୋକଙ୍କ ଭିତରେ ଆଲୋଡନ ସ୍ରୁଷ୍ଟି କରୁଛି । ସେଥିପାଇଁ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ବଡ ଆକରରେ ପାଳନ କରିବା ଆବଶ୍ୟକ ରହିଛି ।

Also Read: ରାଜ୍ୟରେ ଏବେ ପାଓ୍ୱାରଲେସ୍ ବିଜେଡି, ବିଜେପି କଣ୍ଟାକ୍ଟରେ ଅନେକ ଅସନ୍ତୁଷ୍ଟ

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜୁଙ୍କ ଅନୁଗତ ଏକାଠି ହୋଇ ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସ ପାଳନ କରିବାକୁ ସ୍ବାଗତ କରିଛନ୍ତି ବିଜେଡି ନେତା । ହେଲେ ବିଜୁ ଜନତା ଦଳକୁ ଛାଡି ବିଜୁଙ୍କ ନାଁରେ ନୂଆ ଦଳ ଗଠନକୁ ସେମାନେ ନାପସନ୍ଦ କରିଛନ୍ତି । ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ବିଜୁଙ୍କ ନାଁରେ ନୂଆ ଦଳ ଗଠନର ଅପଚେଷ୍ଟାକୁ ଲୋକେ ଗ୍ରହଣ କରିବେ ନାହିଁ । ସେପଟେ ବିଜେପି କହିଛି ବିଜୁ ଅନୁଗତ ଏକାଠି ହୋଇ ଭିନ୍ନ ସାମ୍ମୁଖ୍ୟ ଗଠନ କଲେ ଏହା ବିଜେପିକୁ ଫାଇଦା ଦେବ ।

ବିଜୁ ବାବୁଙ୍କ ନୀତି ଆଦର୍ଶ ସହ ଓଡ଼ିଶାରେ ଅଣକଂଗ୍ରେସ ରାଜନୀତିରୁ ବିଜୁ ଜନତା ଦଳର ଗଠନ ହୋଇଥିଲା । କିନ୍ତୁ ରାଜ୍ୟସଭା ନିର୍ବାଚନରେ ବିଜେଡି, କଂଗ୍ରେସ ସହ ହାତ ମିଳାଇବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅନେକ ବିଜୁ ଅନୁଗତ । ଆଉ ଆଗକୁ ବିଜୁଙ୍କ ନାଁରେ ନୂଆ ସାମ୍ମୁଖ୍ୟ ଗଠନ କରି ଅଣକଂଗ୍ରେସ ଲଢ଼େଇକୁ ଜୋରଦାର୍ କରିବାକୁ ଏବେ କମର କଷିଛନ୍ତି ଅନେକ ବରିଷ୍ଠ ନେତା ଓ ବିଜୁ ଅନୁଗତ ।