ଇନ୍ଦୋର,୫|୬ :ବାଇକ୍ ଶୋରୁମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ସବୁ । କିଛି ମିନିଟରେ ପୋଡି ପାଉଁଶ ହୋଇଗଲା୨୦ରୁ ଅଧିକ ବାଇକ୍ ଏବଂ ଇ-ସ୍କୁଟର । ଏପରି କିଛି ଅଘଟଣ ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ ।

ରିପୋର୍ଚ ଅନୁସାରେ, ଶୁକ୍ରବାର ସକାଳେ ଶୋ-ରୁମର ତଳ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହାର ଉପର ମହଲାରେ ଲୋକେ ରହୁଥିଲେ । ଏହାସହ କିଛି ବାଇକ୍ ମଧ୍ୟ ଥିଲା । ନିଆଁ ଲାଗିବା ଖବର ପରେ ଉପରେ ରହୁଥିବା ଲୋକେ ଫସି ଯାଇଥିଲେ । ସେମାନଙ୍କୁ ଆଖାପଖର ଲୋକେ ସିଡି ସାହାଯ୍ୟରେ ଉଦ୍ଧାର କରିଥିଲେ । ଝରକା ବାଟେ ଅନ୍ୟ ଘରକୁ ସିଡି ଯୋଗେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା । ଏହାସହ ନିଆଁ ଲିଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି ସେନେଇ କୌଣସି ତଥ୍ୟ ମିଳିପାରି ନାହିଁ । ସର୍ଟ ସର୍କିଟରୁ ଏହା ଘଟିଥିବା ଅନୁମାନ କରାଯାଉଛି । ଅପରପକ୍ଷେ ନିଆଁ ପାଇଁଶୋରୁମରେ ଅଧିକାଂଶ ଇଭି ସ୍କୁଟି ବା ଇ-ବାଇକ୍ ଜଳି ଯାଇଛି ।

Also Read :-ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଆପାର୍ଟମେଣ୍ଟରେ ନିଆଁ, ଜଳୁଛି ଅନେକ ଫ୍ଲାଟ୍

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଅନେକ ସ୍ଥାନରେ ଅଗ୍ନିକାଣ୍ଡର ଖବର ସାମ୍ନାକୁ ଆସୁଛି । ଦୁଇ ଦିନ ତଳେ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯାଇଥିଲା । ଏହାପରେ ବିହାର ପାଟନାସ୍ଥିତହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଶୁକ୍ରବାର ନୋଏଡା ସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି ।