ବାରିପଦା ୩୦।୯: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର୍ । ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ । ବାରିପଦା ସହର ତକତପୁର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ଉପସ୍ଥିତ ।

ବାରିପଦା ସହର ତକତପୁର ଛକ ନିକଟସ୍ଥ ୧୮ ନମ୍ବର ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା କାର୍ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଥିଲା ।

​​​​​​​

Also Read:- ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ; ବ୍ୟକ୍ତିଗତ ହାଜରରୁ ଛାଡ଼ ଆବେଦନ ଖାରଜ, କୋର୍ଟରେ ହାଜର ନିର୍ଦ୍ଦେଶ

ତେବେ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ିନାହିଁ । କାର୍‌ଟି ସେଠାକୁ କିଭଳି ଆସିଲା ଆଉ ସେଥିରେ କିଭଳି ନିଆଁ ଲାଗିଲା ସେ ବାବଦରେ କେହି କିଛି ସ୍ପଷ୍ଟ ଭାବରେ କହିପାରୁନାହାନ୍ତି । ଏପରିକି କାର୍‌ର ମାଲିକ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହାନ୍ତି । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

Watch Video: