ଭୁବନେଶ୍ବର ୨୮।୯: MMDR ପ୍ରସଙ୍ଗକୁ ନେଇ ବିଜେଡିର ରଣହୁଙ୍କାର । ଲୋୟର ପିଏମ୍‌ଜିରେ ବିଜେଡିର ଗର୍ଜନ । ସଭାସ୍ଥଳରେ ପହଞ୍ଚିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭରେ ହେଲେ ସାମିଲ । MMDR ବିଲ୍ ନେଇ ବିଜେପି ବିରୋଧରେ ବର୍ଷିଲେ ନବୀନ । ନବୀନ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଆଜି ଏକାଠି ହୋଇଛେ । ସାଢେ ଚାରି କୋଟି ଓଡ଼ିଆଙ୍କ ହକ୍ ପାଇଁ ଆମେ ଆଜି ଏକାଠି ହୋଇଛେ । ଆମର GenZଙ୍କ ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ । MMDR Amendment Bill ଏକ ସାଧାରଣ ବିଲ୍ ନୁହେଁ । ରାଜ୍ୟର ଅଧିକାର ସହ ଏ ବିଲ୍ ଜଡିତ । ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ ।

ହେଲେ ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ଗୁରୁତ୍ବପୂର୍ଣ୍ଣ ବିଲ୍ ପାର୍ଲିଆମେଣ୍ଟରେ ପାରିତ ହୋଇଗଲା । ଆଉ ଆମର ୨୦ ବିଜେପି ସାଂସଦ ଚୁପ୍ ବସିଲେ କାହା ସ୍ୱାର୍ଥରେ ? ଓଡ଼ିଶା ସରକାର ବି ଚୁପ୍ ରହିଲେ । କାହା ଡରରେ ? ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି । ଉତ୍ତର ନାହିଁ ବୋଲି ନବୀନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ MMDR Amendment Actକୁ ବିରୋଧ କରି ସଂକଳ୍ପ ପାଇଁ ପୁଣି ଚିଠି ଲେଖିଲି । କିନ୍ତୁ ଉତ୍ତର ନାହିଁ । ନାହିଁ ନାହିଁର ଏ ସରକାର । କେବଳ ବାକ୍ୟବୀର । ଏହିଅଧିନିୟମ ପାଇଁ ଓଡ଼ିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ । ଓଡ଼ିଶାର ସ୍ୱାର୍ଥ ପାଇଁ ସରକାର ନୀରବ କାହିଁକି ? ଏ ମାଟି ଠାରୁ ପାର୍ଟି କେବେ ବି ବଡ଼ ହୋଇପାରିବ ନାହିଁ । ଚୌକି ଆଜି ଅଛି କାଲି ନ ଥିବ । କିନ୍ତୁ ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ । GenZ ଆପଣଙ୍କୁ କ୍ଷମା ଦେବେନାହିଁ । ଓଡ଼ିଶାବାସୀ କ୍ଷମା ଦେବେନାହିଁ ।

Also Read:- MMDRକୁ ନେଇ ଗର୍ଜିଲା ବିଜେଡି ; ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ, ବିଧାନସଭା ଘେରାଉ ଉଦ୍ୟମ

ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢିବି । ସମସ୍ତଙ୍କୁ ମୋର ଅନୁରୋଧ, ସବୁ ଦଳଙ୍କୁ ମୋର ଅନୁରୋଧ, ଏ ଲଢେଇରେ ସାମିଲ ହୁଅନ୍ତୁ । ଆସନ୍ତୁ, ଏ ମାଟି ପାଇଁ ଏକାଠି ହେବା । ସଂକଳ୍ପ କରିବା । MMDR Amendment Act କୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେବା ନାହିଁ । ଆମେ ଲଢ଼ିବା । ଆମ ହକ୍ ଫେରାଇ ଆଣିବା ।

Watch Video: