୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ଜାଣନ୍ତୁ କ’ଣ ନୂଆ ବ୍ୟବସ୍ଥା

ଦୀର୍ଘ ୬ ବର୍ଷରୁ ଅଧିକ ସମୟ ପରେ ଆସନ୍ତା ୩୦ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ପ୍ରଥମ ୩ ଦିନ ଭକ୍ତମାନେ ସମ୍ପୂର୍ଣ୍ଣ ମାଗଣାରେ ପ୍ରବେଶ କରିପାରିବେ । ଏହାପରେ ବ୍ୟକ୍ତି ପିଛା ୧୦ ଟଙ୍କା ପ୍ରବେଶ ଶୁଳ୍କ ରହିବ । ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ, ଛୋଟ ପିଲା ଓ ଦିବ୍ୟାଙ୍ଗଙ୍କ ପାଇଁ ଶୁଳ୍କ ଲାଗୁ ହେବ ନାହିଁ । ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ମାଗଣା ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ, ପାନୀୟ ଜଳ ଓ CCTV ବ୍ୟବସ୍ଥା କରାଯାଇଛି ।
NEWS7
Srigundicha Temple