ଗୌହାଟୀ: ଆଜି ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଗୌହାଟୀରେ ଦ୍ଵିତୀୟ ଦିନିକିଆ ଖେଳାଯିବ। ତିରୁଅନନ୍ତପୁରମରେ ଖେଳା ଯାଇଥିବା ପ୍ରଥମ ଦିନିକିଆ ଜିତି ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଆଜିର ମ୍ୟାଚରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ଦ୍ରୁତ ବୋଲର ଆକିବ ନବୀଙ୍କୁ ସୁଯୋଗ ମିଳିଛି। ଦିନିକିଆ ମ୍ୟାଚ୍ ଜରିଆରେ ଆକିବ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାକୁ ଯାଉଛନ୍ତି। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ବାଦ୍ ଦିଆଯାଇଛି।

Also Read: ପ୍ରଜ୍ଞାନ ଓଝା ନୂଆ ସିଲେକ୍ଟର ! ଅଗରକରଙ୍କ ପରେ ସମ୍ଭାଳି ପାରନ୍ତି ଦାୟିତ୍ୱ

ଆଜି ଦ୍ଵିତୀୟ ଦିନିକିଆ ଜିତି ଘରୋଇ ଦଳ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି। ଭାରତୀୟ ଟିମ୍ ଯେଉଁଭଳି ଫର୍ମରେ ଅଛି ତାକୁ ଦେଖିଲେ ଆଜିର ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ଯଦି ଦ୍ଵିତୀୟ ଦିନିକିଆ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ କରିବାର ଅଛି, ତେବେ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜକୁ ଅବିଶ୍ଵସନୀୟ ପ୍ରଦର୍ଶନ କରିବାକୁ ପଡ଼ିବ।

ଚୂଡ଼ାନ୍ତ ଏକାଦଶ

ଓ୍ଵେଷ୍ଟଇଣ୍ଡିଜ

ଜନ୍ କ୍ୟାମ୍ପବେଲ୍, କିସି କାର୍ଟି, ଶାଇ ହୋପ୍ (ଅଧିନାୟକ ଏବଂ ୱିକେଟ୍ କିପର୍), ଅମୀର ଜାଙ୍ଗୁ, ଶେରଫେନ୍ ରଦରଫୋର୍ଡ, ରୋଷ୍ଟନ୍ ଚେସ୍, କୀମୋ ପଲ୍, ଅଲଜାରୀ ଜୋସେଫ୍, ଶମର ଜୋସେଫ୍, ଜେଡନ୍ ସିଲ୍ସ, ଭିଟେଲ ଲଜ୍।

ଭାରତ

ରୋହିତ ଶର୍ମା, ଶୁଭମନ ଗିଲ୍ (ଅଧିନାୟକ), ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ୍, କେ.ଏଲ୍. ରାହୁଲ (ୱିକେଟ୍ କିପର୍), ନମନ ଧୀର, ରବୀନ୍ଦ୍ର ଜାଡେଜା, ଆକିବ ନବୀ, କୁଳଦୀପ ଯାଦବ, ଗୁରନୂର ବ୍ରାର୍, ପ୍ରସିଦ୍ଧ କ୍ରିଷ୍ଣା।