ମୁମ୍ବାଇ(୨୪/୬) : ଭାଙ୍ଗିଗଲା ୪ ବର୍ଷର ବାହାଘର ତୁଟିଗଲା ସାତ ଜନ୍ମର ସମ୍ପର୍କ । ସିନେମା ଇଣ୍ଡଷ୍ଟ୍ରିରେ ଛାଡପତ୍ର ଘଟଣା ଅତି ସାଧାରଣ କଥା ବର୍ତ୍ତମାନ ଅଭିନେତ୍ରୀ ମୌନି ରୟ ନିଜ ବ୍ୟକ୍ତିଗତ ଜୀବନ ଓ ଛାଡପତ୍ର ମାମଲାକୁ ନେଇ ଲାଇମ ଲାଇଟରେ ଅଛନ୍ତି  ତାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ବି ଚାଲିଛି । ନିକଟରେ ବଲିଉଡ ଓ ଟିଭି ଅଭିନେତ୍ରୀ ମୌନି ରୟ ଓ ତାଙ୍କ ସ୍ୱାମୀ ସୂରଜ ନାମ୍ବିଆରଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା  ଦୁହେଁ ଆପୋଷ ବୁଝାମଣାରେ ଛାଡପତ୍ର ନିଷ୍ପତ୍ତି ନେଇଥିଲେ । ଯଦିଓ ଦୁହିଁଙ୍କ ମଧ୍ୟରୁ କେହି ବି ଏବେ ସୁଦ୍ଧା ଛାଡପତ୍ର ପଛର କାରଣ ସ୍ପଷ୍ଟ କରିନାହାନ୍ତି କିନ୍ତୁ ଛାଡପତ୍ରର କିଛିଦିନ ପରେ ମୌନି ନିଜ ସମ୍ପର୍କକୁ ନେଇ ନୀରବତା ଭାଙ୍ଗିଛନ୍ତି  ସେ ତାଙ୍କ ବୈବାହିକ ସମ୍ପର୍କକୁ ନେଇ ଅନେକ କଥା ସେୟାର କରିଛନ୍ତି 

ଏକ ସାକ୍ଷାତକାରରେ ମୌନି କାହାର ନାଁ ନନେଇ କହିଛନ୍ତି , ଯେ ମୁଁ ପିଲାବେଳେ ବହୁତ ସହଜରେ ସମସ୍ତଙ୍କୁ କ୍ଷମା କରିଦେଉଥିଲି ଆଉ ଆଜି ମଧ୍ୟ କରୁଛି  କିନ୍ତୁ ମୁଁ ସେହି କଥାକୁ କେବେ ବି ଭୁଲିପାରେନି ଯାହା ମତେ କଷ୍ଟ ଦେଇଥାଏ  ଯଦି କିଏ ତାଙ୍କୁ ଧୋକା ଦିଏ ତେବେ ସେ ହୁଏତ ତାଙ୍କୁ କ୍ଷମା କରିଦେଇପାରନ୍ତି କିନ୍ତୁ ଧୋକାରୁ ମିଳିଥିବା କଷ୍ଟ ସେ ଭୁଲାନ୍ତି ନାହିଁ  ତାଙ୍କୁ ଯେତେବେଳେ ପଚରାଗଲା ଯେ ସେ କ'ଣ ଏବେ ଆଉ କାହା ପ୍ରତି ମନରେ ଘୃଣାଭାବ କିମ୍ବା ଅଭିଯୋଗ ରଖୁନାହାନ୍ତି କି ? ସେବେ ସେ ଉତ୍ତର ଦେଇଥିଲେ ଯେ , ''ଯଦି ଆପଣ ସେ କଥାକୁ ମନରୁ ନ କାଢିବେ ତେବେ ତାହା ପରେ ନିଜକୁ ବେଶୀ କଷ୍ଟ ଦେଇଥାଏ  ବେଳେବେଳେ ଯିଏ ଆପଣକୁ କଷ୍ଟ ଦେଇଥାଏ ସେ କିନ୍ତୁ ଆପଣଙ୍କ ବିଷୟରେ ଭାବୁନଥିବ  ପଛେ ସେ ଯେତେ କଷ୍ଟ ଦେଇନଥାଉ ନା କାହିଁକି  ତେବେ ଆପଣ କାହିଁକି ତା କଥା ଭାବି ନିଜକୁ କଷ୍ଟ ଦେବେ ? " ସେ ଆହୁରି କହିଛନ୍ତି, ସେ ଧ୍ୟାନ ଏବଂ ଆଧ୍ୟାତ୍ମିକ ଅଭ୍ୟାସରୁ ବହୁତ ଉପକୃତ ହୋଇଛନ୍ତି। ସମସ୍ତଙ୍କୁ କ୍ଷମା କରିବା ସମ୍ପର୍କରେ, ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଅର୍ଥ ନୁହେଁ ଯେ ସମସ୍ତେ ଆପଣଙ୍କ ଦୟାଭାବର ଫାଇଦା ଉଠାଇବା ଉଚିତ। ଏହି ବିଷୟରେ କହିବାକୁ ଗଲେ, ଅଭିନେତ୍ରୀ କହିଛନ୍ତି, "କିଛି ଖରାପ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଯେକୌଣସି ସୀମାକୁ ଟପିପାରନ୍ତି । ମୁଁ ସେହି ବ୍ୟକ୍ତିଙ୍କୁ ଖରାପ କହୁନାହିଁ, କିନ୍ତୁ ମୁଁ ଭାବୁଛି ସେମାନଙ୍କର ଗୁଣଗୁଡ଼ିକ ଖରାପ ।"

ମୌନି କାହାର ନାମ ତ ନେଇ ନାହାଁନ୍ତି, କିନ୍ତୁ ତାଙ୍କ ଫ୍ୟାନ୍ସଙ୍କ କହିବାନୁଯାୟୀ ଛାଡପତ୍ର ଯୋଗୁଁ ମୌନି ଖୁବ ଆଘାତ ପାଇଛନ୍ତି। ହୁଏତ ସେ ସୂରଜଙ୍କ କଥା କହୁଛନ୍ତି। କିନ୍ତୁ ପ୍ରକୃତ ସତ କଣ ତାହା କେବଳ ସେହିଁ ଜାଣନ୍ତି  ମୌନି ରୟ ଏବଂ ସୂରଜ ନାମ୍ବିଆରଙ୍କ ସମ୍ପର୍କ ବିଷୟରେ କହିବାକୁ ଗଲେ, ଦୀର୍ଘ ସମୟର ଡେଟିଂ ପରେ ଦୁହେଁ ୨୦୨୨ ମସିହାରେ ବିବାହ କରିଥିଲେ। ବିବାହରେ କେବଳ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ। କିନ୍ତୁ ବିବାହର ଚାରି ବର୍ଷ ପରେ, ୨୦୨୬ ମସିହାରେ ହିଁ ସେମାନଙ୍କର ଛାଡପତ୍ର ହୋଇଯାଇଛି । ଯାହାକୁ ସେ ହୁଏତ ସମ୍ଭାଳିପାରୁନାହାନ୍ତି  କିନ୍ତୁ ଏବେ ଧୀରେ ଧୀରେ ଉଭୟେ ସେମାନଙ୍କ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି ।