ନୂଆଦିଲ୍ଲୀ୦୨।୦୫: ଜଣାଶୁଣା ଫିଲ୍ମ ଡାଇରେକ୍ଟର ସନୋଜ ମିଶ୍ରାଙ୍କ ପିଛା ଛାଡ଼ୁନି ବିବାଦ । ପୁଣି ପକ୍ସୋ ମାମଲାରେ ଫଶିଛନ୍ତି ସନୋଜ । କେରଳୁ ତାଙ୍କ ବିରୋଧରେ ହୋଇଛି ମାମଲା । ଏହାରି ଭିତରେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି, ମୁଁ ଏବେ ଏକଲା ହୋଇଯାଇଛି କିନ୍ତୁ ହାର୍ ମାନିନି । ଏହାସହ କେରଳ ପୁଳିସକୁ ଚ୍ୟାଲେଞ୍ଜ ଦେଇ ନିଜର ଲୋକେସନ୍ ଦେଇଛନ୍ତି। ଏହାସହ ନିଜର ସ୍ଥିତି ସମ୍ପର୍କରେ ମଧ୍ୟ ଖୁଲାସା କରିଛନ୍ତି । ଏହାସହ କହିଛନ୍ତି କି, ମୁଁ ମୋ କଥା ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବି।

ସନୋଜ ମିଶ୍ରା କହିଛନ୍ତି କି, ମୁଁ କୋଟି କୋଟି ଟଙ୍କା ଋଣ ନେଇ ‘ଦ ଡାଏରୀ ଅଫ୍ ମଣିପୁର’ ଫିଲ୍ମ ନିର୍ମାଣ କରିଥିଲି । ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଫିଲ୍ମର ନାୟିକା ମୋନାଲିସା ଲଭ୍ ଜିହାଦର ଶିକାର ହେଲେ । ପୀଡ଼ିତାଙ୍କ ପରିବାର ଅଭିଯୋଗ କଲେ କି, ସେ ନାବାଳିକା । ପରେ ମୋନାଲିସ ନାବାଳିକା ବୋଲି ପ୍ରମାଣିତ ହେଲା । ସ୍ବାମୀ ଫରମାନଙ୍କ ଉପରେ ବହୁ ଧାରା ଲାଗିଲା ମାତ୍ର ସେ ଗିରଫ ହେଲେ ନାହିଁ । ମାତ୍ର ମୋ ଉପରେ ଓଲଟା ମାମଲା କରାଗଲା।

 
 
 
 
 
 
 
 
 
 
 
 
 
 
 

A post shared by Sanoj Mishra (@sanojmishra)

ଏହାସହ ଭିଡିଓରେ ସେ ନିଜର ଦୁଃଖ ପ୍ରକାଶ କରିଛନ୍ତି । କହିଛନ୍ତି କି, ମୋ ବିରୋଧରେ ପୋକ୍ସୋ ମାମଲା ରୁଜୁ କରାଗଲା । ସତ କହି ମୁଁ ଫଶିଲି । ଅନ୍ୟାୟ ବିରୋଧରେ ଲଢ଼ିବାର ଫଳ କଣ ଏମିତି ବୋଲି ମଧ୍ୟ କହିଛନ୍ତି । ଯିଏ ହିହାଦୀ ସେ ଖୁଲମଖୁଲା ବୁଲୁଛି । ମାତ୍ର ପୁଲିସ ମୋତେ ଖୋଜୁଛି । ଫରମାନଙ୍କ ସପକ୍ଷରେ ସମସ୍ତେ ବାହାରୁଛନ୍ତି କିନ୍ତୁ ମୋତେ ଦୋଷ ଦିଆଯାଉଛି । ଋଣ କରି ଫିଲ୍ମ କଲି ଆଉ ଫଶିଲି ।

ମୋ ମାଆ ଜଣେ ରୋଗୀ । ପରିବାର ବେଶ କଷ୍ଟ ସହୁଛି । ଦିନକୁ ଦିନ ଋଣ ବୋଝ ମଧ୍ୟ ବଢ଼ିବାରେ ଲାଗିଛି । ହେଲେ ମୁଁ କେବେ ମଧ୍ୟ ଭାଙ୍ଗ ପଡ଼ିନି । ଏ ଲଢ଼େଇ ମୁଁ ଜାରି ରଖିଛି । ସତ ଦିନେ ନା ଦିନେ ଜଣାପଡ଼ିବ । ଆଉ ମୋତେ ନ୍ୟାୟ ମିଳିବ ବୋଲି କହିଛନ୍ତି ସନୋଜ । ଏହାସହ କେରଳ ପୁଲିସକୁ କହିଛନ୍ତି କି, ମୁଁ ଏବେ ମହାକାଳେଶ୍ବର ଯାଉଛି । ଯଦି ମୋତେ ଉଠେଇବା ପାଇଁ ଚାହୁଁଛନ୍ତି ତାହେଲେ ଆସନ୍ତୁ ବୋଲି ମଧ୍ୟ କହିଛନ୍ତି । ଯାହା କରିବା କଥା କରନ୍ତୁ । ଆଇନର ଅପବ୍ୟବହାର ଯେତେ କରିବା କଥା କରିନିଅନ୍ତୁ ବୋଲି ମଧ୍ୟ ଭିଡିଓରେ ଜଣାଇଛନ୍ତି ।

Also Read-Bhuvan Bam: ୟୁଟ୍ୟୁବର ଭୁବନ ବାମଙ୍କ ସପକ୍ଷରେ ବଡ଼ ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ