ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ଭୁବନ ବାମ୍‌ଙ୍କୁ ଆଶ୍ବସ୍ତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତାଙ୍କର ଡିପଫେକ୍‌ ଫଟୋ ଏବଂ ଭିଡିଓ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଡିଜିଟାଲ୍ ଯୁଗରେ, ପ୍ରଯୁକ୍ତିବିଦ୍ୟା ଆମ ଜୀବନକୁ ସହଜ କରୁଥିବା ବେଳେ ଏହାର ଅପବ୍ୟବହାର ସେଲିବ୍ରିଟି ଏବଂ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ, ଭାରତର ସବୁଠାରୁ ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର ଏବଂ ଅଭିନେତା ଭୁବନ ବାମ୍ ତାଙ୍କ ଡିଜିଟାଲ୍ ପରିଚୟ ଏବଂ ପ୍ରତିଷ୍ଠାକୁ ସୁରକ୍ଷା ଦେବା ପାଇଁ ଆଇନର ଆଶ୍ରୟ ନେଇଥିଲେ। ଦିଲ୍ଲୀ ହାଇକୋର୍ଟ ଭୁବନ ବାମଙ୍କ ସପକ୍ଷରେ ବଡ଼ ରାୟ ଦେଇଛନ୍ତି।

ପୂରା ଘଟଣା କ’ଣ ?
ଭୁବନ ବାମଙ୍କ ମୁହଁ ଏବଂ ସ୍ୱର ବ୍ୟବହାର କରି ଡିପଫେକ୍ ଭିଡିଓଗୁଡ଼ିକ ସୋସିଆଲ ମିଡିଆ ଏବଂ ବିଭିନ୍ନ ମେସେଜିଂ ପ୍ଲାଟଫର୍ମରେ ଘୁରି ବୁଲୁଛି। ନକଲି ଟେଲିଗ୍ରାମ ଚ୍ୟାନେଲଗୁଡ଼ିକ ତାଙ୍କର ଫଟୋ ଏବଂ ସ୍ବରର ଅପବ୍ୟହାର କରୁଛନ୍ତି । ତାଙ୍କର ଲୋକପ୍ରିୟ ଚରିତ୍ର, ବିବି କି ଭାଇନ୍ସକୁ ମଧ୍ୟ ବ୍ୟବହାର କରାଯାଇଛି । ଏହି ଭ୍ରାମକ ବିଜ୍ଞାପନଗୁଡ଼ିକ କେବଳ ଭୁବନଙ୍କ ପ୍ରତିଛବିକୁ ମଳିନ କରିନାହିଁ ବରଂ ହଜାର ହଜାର ନିରୀହ ଲୋକଙ୍କୁ ଠକିବାରେ ସହାୟକ ହୋଇଛି।

କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଜଷ୍ଟିସ୍ ଜ୍ୟୋତି ସିଂହ ୨୮ ଏପ୍ରିଲ୍ ୨୦୨୬ ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। କୋର୍ଟ କହିଥିଲେ ଯେ, ଭୁବନ ବାମଙ୍କ ସ୍ୱର ଏବଂ ମୁହଁର ତାଙ୍କ ଅନୁମତି ବିନା ବାଣିଜ୍ୟିକ ବ୍ୟବହାର ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏପରି ବିଷୟବସ୍ତୁ କେବଳ କଳାକାରଙ୍କୁ କ୍ଷତି ପହଞ୍ଚାଏ ନାହିଁ ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ବିପଦ ସୃଷ୍ଟି କରେ । ଲୋକମାନେ ଏହି ମୁହଁ ଉପରେ ଭରସା କରି  ପ୍ରଲୋଭନର ଶିକାର ହୁଅନ୍ତି।

କୋର୍ଟ ତାଙ୍କ ଆଦେଶରେ ଗୁଗୁଲ୍, ମେଟା (ଫେସବୁକ୍/ଇନଷ୍ଟାଗ୍ରାମ), ଫ୍ଲିପକାର୍ଟ ଏବଂ ସ୍ପଟିଫାଏ ଭଳି ପ୍ରମୁଖ କମ୍ପାନୀଗୁଡ଼ିକୁ ଭୁବନ ବାମଙ୍କ ସହ ଜଡିତ ସମସ୍ତ ବିବାଦୀୟ ଲିଙ୍କ୍ ଏବଂ ଭିଡିଓକୁ ୩୬ ଘଣ୍ଟା ମଧ୍ୟରେ ସେମାନଙ୍କ ପ୍ଲାଟଫର୍ମରୁ ହଟାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।