ଭୁବନେଶ୍ଵର: ମୋହନ ସରକାରଙ୍କୁ ଆସନ୍ତା ୧୨ ତାରିଖରେ ଦୁଇ ବର୍ଷ ପୁରୁଛି । ସରକାର ଏଥିପାଇଁ ୧୦ ଦିନିଆ କାର୍ଯ୍ୟକ୍ରମ କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ କେନ୍ଦ୍ରୀୟ ନେତୃତ୍ବ ଏଥିରେ ଯୋଗ ଦେବା ସମ୍ଭାବନା ରହିଛି। ଏହାସହ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛନ୍ତି ସରକାର। ଏପଟେ ସରକାରଙ୍କ ବର୍ଷ ପୂର୍ତ୍ତିକୁ କାଉଣ୍ଟର କରି ଜୋରଦାର ପ୍ରତିବାଦ କରିବାକୁ ବିରୋଧି ଯୋଜନା କରିଛନ୍ତି। ରାଜ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବେ ବିରୋଧି ।

ପ୍ରଚାର ବନାମ ପ୍ରତିବାଦ । ଜୁନ୍ ୧୨ରୁ ୨୨ ଜମିବ ରାଜ୍ୟ ରାଜନୀତି। ଶାସକ ଦଳର ପ୍ରଚାର ବନାମ ବିରୋଧି ଦଳଙ୍କ ପ୍ରତିବାଦ। ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂରିବାକୁ ଯାଉଛି । ଏଥିପାଇଁ ୧୦ ଦିନିଆ ବର୍ଷ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି ସରକାରୀ ଦଳ । ଏଥିରେ ପ୍ରଧାନ ମନ୍ତ୍ରୀଙ୍କ ସହ ଅନେକ କେନ୍ଦ୍ରୀୟ ନେତୃତ୍ୱ ଯୋଗ ଦେବାର ସମ୍ଭାବନା ରହିଛି । ଏହାସହ ସରକାରଙ୍କ ଜନ ମଙ୍ଗଳକାରୀ କାମକୁ ଲୋକଙ୍କ ପାଖକୁ ପହଞ୍ଚାଇବେ ସରକାର। ବିଭିନ୍ନ ବିଭାଗର ମନ୍ତ୍ରୀ ନିଜର ଉପଲବ୍ଧିକୁ ସାମ୍ବାଦିକ ସମ୍ମିଳନୀ କରି ଜଣାଇବେ। ଗାଁରୁ ସହର ଯାଇ ସରକାରଙ୍କ ଯୋଜନା ଲୋକଙ୍କୁ ଜଣାଇବେ।

Also Read: ମୁଁ ବାହାଦୁରି ମାରିବିନି, ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ହେଲେ ରାଜ୍ୟସଭା ଯିବି

ଏହାକୁ କାଉଣ୍ଟର କରିବା ପାଇଁ ସରକାରଙ୍କ ବିରୋଧରେ ପ୍ରତିବାଦକୁ ଜୋରଦାର କରିବା ପାଇଁ ଯୋଜନା କରିଛନ୍ତି। ବିଜେଡି କହିଛି, ପେଟ୍ରୋଲ ଡିଜେଲର ଦର ଆକାଶ ଛୁଆଁ ହେଲା ।ଏହାସହ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, କଟନି ଛଟନି ପରି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ବିଜେଡି ଯିବ ବୋଲି କହିଛି। ସେପଟେ ୨ ବର୍ଷରେ ଉନ୍ନତି ବଦଳରେ ଅବନତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ତେଣୁ ସେହି ଦିନକୁ କଳା ଦିବସ ଭାବରେ ପଳନ କରିବାକୁ ଦଳ ସ୍ଥିର କରିଛି।

ଏବେ ଶାସକ ବିରୋଧି ଭିତରେ ଲଢେଇ ଆରପାର ଲଢେଇ ହୋଇଛି। ଏମିତି କହିଛନ୍ତି ବରିଷ୍ଠ ସାମ୍ବାଦିକ। ତେଣୁ ସରକାରଙ୍କ ବର୍ଷ ପୂର୍ତ୍ତି ସମୟରେ ରାଜନୀତିର ଅସଲ ଟକ୍କର ହେବ। ସ୍ଥିତି ଜାହିର କରିବା ପାଇଁ ହେବ ପ୍ରତିଯୋଗିତା। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ନିଜ ନିଜ ଢଙ୍ଗରେ ଲୋକଙ୍କ ପାଖକୁ ଯିବା ଉଭୟ ଶାସକ ଓ ବିରୋଧୀ ଚାହିଁବେ। ଯାହା ଏହି ଠାରୁ ଆରମ୍ଭ ହେବ।

Also Read: ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ, ବିଜେପିରେ ସାମିଲ ହେବେ ୫୦ ଟିଏମସି ବିଧାୟକ ଓ ୨୦ ସାଂସଦ !

ସରକାରରେ ଦୁଇ ବର୍ଷ ପୂର୍ତ୍ତି ପରେ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳ ବଦଳ ହେବା ସମ୍ଭାବନା ରହିଛି । ତେଣୁ ଏହା ପୂର୍ବରୁ ସବୁ ମନ୍ତ୍ରୀ ନିଜ ବିଭାଗର ହିସାବ ଦେବା ଆରମ୍ଭ କରିଥିବା ବେଳେ ବିରୋଧି ମଧ୍ୟ ସରକାରଙ୍କ ବିଫଳତାକୁ ଗୋଟି ଗଣତି ଆରମ୍ଭ କରିଛନ୍ତି।