ଭୁବନେଶ୍ବର ୨୭।୫: ଦିଲ୍ଲୀରେ ବିଜେପିରେ ମିଶିବା ପରେ ଓଡ଼ିଶା ଫେରିଛନ୍ତି ଦେବାଶିଷ ସାମନ୍ତରାୟ । ଓଡ଼ିଶା ଫେରି ବିଜେଡି ଉପରେ ବର୍ଷିଛନ୍ତି ଦେବାଶିଷ । ସେ କହିଛନ୍ତି, ମୁଁ ମିଡ଼ିଆ ଆଗରେ ବାହାଦୁରି ମାରିବିନି । ମୁଁ ବିଜେପିରେ ଯୋଗଦେଲା ପରେ ଆଗକୁ ଓଡ଼ିଶାରେ ବିଜେଡିର କ’ଣ ଅବସ୍ଥା ହେବ ଦେଖିବେ । ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ହେଲେ ରାଜ୍ୟସଭା ଯିବି ବୋଲି କହିଛନ୍ତି ଦେବାଶିଷ ।

ରାଜ୍ୟସଭା ଆସନ ଖାଲି ହେବାର ୪୮ ଘଣ୍ଟା ଭିତରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଜୁନ୍ ୧୮ ତାରିଖରେ ଭୋଟ୍ ହେବା ନେଇ ଭାରତ ନିର୍ବାଚନ ଆୟୋଗ ଉପନିର୍ବାଚନ ସୂଚୀ ଘୋଷଣା କରିଛନ୍ତି । ଜୁନ୍ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାବେଳେ ଜୁନ୍ ୯ରେ ଯାଞ୍ଚ ପ୍ରକ୍ରିୟା ହେବ । ଜୁନ୍ ୧୧ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତେବେ ଜୁନ୍ ୨୦ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ଆୟୋଗ ସୂଚନା ଦେଇଛନ୍ତି ।

Also Read:- ଭଡ଼ା ନ ବଢ଼ିଲେ ବସ୍‌ ଗଡ଼ିବନି.. ତେଲ ଦର ବଢୁଛି, ହେଲେ ବଢ଼ୁନାହିଁ ଭଡ଼ା

ସେପଟେ ପୁଣି ଥରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚାରେ ଖୋରାକ ଯୋଗାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସୁଜିତ କୁମାର, ମମତା ମହନ୍ତ ଇସ୍ତଫା ଦେଇ ଆସିଥିଲେ, ପୁଣି ରାଜ୍ୟସଭା ଗଲେ । ଯିଏ ଇସ୍ତଫା ଦେଇ ଆସିଛନ୍ତି ତାଙ୍କର ବି ସମ୍ଭାବନା ରହିଛି କିନ୍ତୁ ଏନେଇ ଦଳ ବିଚାର କରିବ । ସେପଟେ ରାଜ୍ୟସଭା ନେବା ପାଇଁ ସର୍ତ୍ତରେ ବିଜେପି ଦେବାଶିଷଙ୍କୁ ନେଇଛି ବୋଲି ବିଜେଡି ବିଧାୟକ କହିଛନ୍ତି ।