ଭୁବନେଶ୍ୱର: ସିଆଡେ କୁଆଡେ...ଇଆଡେ ଆସ.. । ଆଉ ନୁହେଁ ବହୁତ ଖାଲି ବୁଲିଲ । ଆଉ ନିସ୍ତାର ନାହିଁ । ଆଉ ଦଣ୍ଡେ ଛଡାଛଡି ନାହିଁ । କୁଆଡେ ଗଲା ତମ ହେଲମେଟ୍ । ପୁଣିରେ ଗାଡିରେ ଜବଲ, ଓ୍ୱିଦ ଆଉଟ୍ ହେଲମେଟ୍ । ବାଃ ବଢିଆ ତ । ପଳେଇଲେ ବି ଘରକୁ ଯିବ ଫାଇନ୍ । ଫଟୋ ଉଠିଛି, ମୋବାଇଲ୍କୁ ଆସିବ ଫାଇନ୍ । ଏମିତି ଅମାନିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ପୋଲିସ । ଏମିତିକି ଛକ ଛକରେ ଟ୍ରାଫିକ୍ ପଇଁତରା ।

କ'ଣ କହିଲେ ମନ୍ତ୍ରୀ?

ସିସିଟିଭି ସ୍କାନରରେ ବି ସବୁ ଛକ । ରାଜଧାନୀ ଚେକିଂ ବେଳେ ଆଦାୟ ହେଲାଣି ପୁଳା ପୁଳା ଫାଇନ୍ । ବିଧାନସଭାରେ ମନ୍ତ୍ରୀ ଖିଛନ୍ତି ଏ ସଂପର୍କୀତ ଲିଖିତ ଉତ୍ତର । ସେ କହିଛନ୍ତି ଗତ ଦୁଇ ବର୍ଷରେ ୬୫ ହଜାର ୬୪୯ ଅମାନିଆ ଗାଡି ଚାଳକ ହରାଇଛନ୍ତି ଡ୍ରାଇଭିଙ୍ଗ ଲାଇସେନ୍ସ । ଜରିମାନା ବି ମୋଟା ଆକାରରେ ଆଦାୟ ହୋଇଛି । ହଜାର କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ସରକାର । ଗତ ଦୁଇ ବର୍ଷ ମଧ୍ୟରେ ୨୧୬ କୋଟି ୭୧ ହଜାର ୭୫୬ ଟଙ୍କା ଫାଇନ ଆଦାୟ କରାଯାଇଛି ।

Also Read....ବିରୋଧୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା ; ବିଧାନସଭା ଚାଲୁନି, ଅନୁରୋଧ ପରେ ବି ଶୁଣୁନାହାନ୍ତି ବିରୋଧୀ

ମାର୍ଚ୍ଚ ୨୧ ଧରପଗଡ ଅଭିଯାନ:

କହିବାକୁ ଗଲେ ମାର୍ଚ୍ଚ ୨୧ରୁ ରାଜ୍ୟରେ ଆରମ୍ଭ ହୋଇଛି ଧରପଗଡ ଅଭିଯାନ୍ । ପରିବହନ ବିଭାଗ ଓ ପୋଲିସ ଦ୍ୱାରା ୧୦ ଦିନିଆ ସ୍ୱତନ୍ତ୍ର ଟ୍ରାଫିକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ମଦ୍ୟପାନ, ବିନା ହେଲମେଟ୍ ଓ ସିଟ୍ ବେଲ୍ଟ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସାରା ରାଜ୍ୟରେ ଏହି ଯାଞ୍ଚ ତୀବ୍ରତର କରାଯାଇଛି। ରାଜ୍ୟବ୍ୟାପି ସଡ଼କ ସୁରକ୍ଷାକୁ ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଅମାନିଆ ଓ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଇ-ଚାଲାଣ ଜାରି ହେଉଛି ।

Also Read...Student Suffered: ମା...ଲୋ...କଣ ଥିଲା ସେ ଜଳଖିଆରେ...ସ୍କୁଲ୍‌ରୁ ସିଧା ହସ୍ପିଟାଲ୍

କେତେ ଆଦାୟ ହୋଇଛି ଫାଇନ୍?

ମାର୍ଚ୍ଚ ୨୧ ଏବଂ ୨୨ ଦୁଇ ଦିନରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଲାଉଥିବା ମୋଟ ୩ ହଜାର ୧୫୩ଟି ଗାଡ଼ି ଚିହ୍ନଟ ହୋଇଛି ।ସେହିଭଳି ବିନା ହେଲମେଟରେ ଗାଡ଼ି ଚାଳନା ପାଇଁ ୩ ହଜାର ୧୫୭, ଦ୍ରୁତଗତି ପାଇଁ ୧ ହଜାର ୫୫୮, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ପାଇଁ ୧୮୮ ଗାଡ଼ି ବିରୋଧରେ ଇ-ଚାଲାଣ କଟାଯାଇଛି । ସେହିପରି ଦୁଇ ଚକିଆରେ ଦୁଇରୁ ଅଧିକ ଯାତ୍ରା ପାଇଁ ୨୮୨ ଟି ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି । ଏଥିସହ ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରିଥିବା ଗାଡ଼ି ବିରୋଧରେ ମଧ୍ୟ ଜରିମାନା ଜାରି ହୋଇଥିବା ପରବିହନ ବିଭାଗ ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ ୨୧ ରୁ ୩୧ ଜନସଚେତନ:

ସେପପଟେ କରିବାକୁ ଉଭୟ ସଚେତନତା ଓ ଏନଫୋର୍ସମେଣ୍ଟ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ମାର୍ଚ୍ଚ ୨୧ରୁ ସାରା ରାଜ୍ୟରେ ମାର୍ଚ୍ଚ ୩୧ ଯାଏଁ ଚାଲିବ ସ୍ୱତନ୍ତ୍ର ଅଭିଯାନ । ଜିଲ୍ଲା ପ୍ରଶାସନ ଓ ପୋଲିସ ସହଭାଗିତାରେ ଏହି ଅଭିଯାନ କରାଯିବ । ଆରଟିଓ ଟିମ୍ କରିବେ ଏନଫୋର୍ସମେଣ୍ଟ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । ଦୁର୍ଘଟଣାପ୍ରବଣ ସ୍ଥାନ, ରାଜପଥ, ପ୍ରମୁଖ ଛକ, ଖଣି ଓ ଶିଳ୍ପାଞ୍ଚଳକୁ ଦିଆଯିବ ଗୁରୁତ୍ୱ । ପୋଲିସ ସହଭାଗିତାରେ ଦ୍ରୁତଗତି, ନିଶାସକ୍ତ ଗାଡ଼ି ଚାଳନା ବିରୋଧରେ ହେବ କଡ଼ା ଯାଞ୍ଚ ।

ହେଲମେଟ ଯାଞ୍ଚ, ଭୁଲ୍ ଦିଗରେ ଗାଡ଼ି ଚଲାଇବା, ନାବାଳକ ଗାଡ଼ି ଚାଳନା କଲେ କାର୍ଯ୍ୟାନୁଷ୍ଠାନ । ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚାଳନାର କଡ଼ାକଡ଼ି ଯାଞ୍ଚ । ବିଭିନ୍ନ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ । ହେଲମେଟ୍, ସିଟବେଲ୍ଟ, ଦ୍ରୁତଗତିର ଭୟାବହତା ନେଇ ଲୋକଙ୍କୁ ବୁଝାଯିବ । ଶିକ୍ଷାନୁଷ୍ଠାନ ତଥା ସାର୍ବଜନୀନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ।