ସୁନ୍ଦରଗଡ଼ : ସକାଳ ଜଳଖିଆରେ ବରା, ସିଙ୍ଗଡା । କାହାକୁ ବା ପସନ୍ଦ ନୁହେଁ । ଶରୀରକୁ ଅହିତ ହୋଇପାରେ ହେଲେ ପାଟିକୁ ଭାରି ସୁଆଦିଆ । ସେଥିପାଇଁ ତ ସକାଳ ଜଳଖିଆ ଆରମ୍ଭ ହୋଇଯାଏ ଗରମ ଗରମ ମୁସୁମୁସିଆ ବରା ସିଙ୍ଗଡ଼ାରୁ । ହେଲେ ଏହି ବରା ସିଙ୍ଗଡା ପାଲଟିଛି ବିଷ । ବରା ସିଙ୍ଗଡା ଖାଇ ୫୭ ଛାତ୍ର ଛାତ୍ରୀ ଅସୁସ୍ଥ ।

କେତେ ଛାତ୍ରଛାତ୍ରୀ ଅସୁସ୍ଥ?

ଲହଣ୍ଡାବୁଡ଼ ହାଇସ୍କୁଲ୍‌ର ୧୯ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାର ସାଇବର କ୍ରାଇମ ସଚେତନତା ସଭାରେ ଟିଫିନ୍ ଖାଇ ଅସୁସ୍ଥ ସୂଚନା । ୧୯ ଜଣ ଛାତ୍ରୀ ୩୮ଛାତ୍ର ଅସୁସ୍ଥ । ସମସ୍ତ ଛାତ୍ର ଛାତ୍ରୀ ନବମ ଓ ଦଶମ ଶ୍ରେଣୀର। ୧୯ ଜଣ ଛାତ୍ରୀ ଗୁରୁତର ହୋଇ ମଝାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସୁନ୍ଦରଗଡ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି ଅଛନ୍ତି । ସଦର ବ୍ଲକ ଲହଣ୍ଡାବୁଡ଼ ପଞ୍ଚାୟତ ସଲଂଗାବୁଡ଼ ପଞ୍ଚାୟତ ହାଇସ୍କୁଲ୍ରେ ଘଟଣା ।

Also Read...Marichi kunda Water: ପୂରଣ ହେବ ମନୋସ୍କାମନା, ପାଣିରେ ଗାଧୋଇଲେ ଅପୁତ୍ରିକକୁ ମିଳିବ ପୁତ୍ର

କାହିଁକି ଘଟିଲା ଅଘଟଣ?

ସୂଚନା ଥାଉକି, ବୁଧବାର ଧରୁଆଡିହି ଥାନା ପୋଲିସ ପକ୍ଷରୁ ଆମ ପୋଲିସ ଓ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ପିଲାଙ୍କୁ ଦିଆଯାଇଥିଲା ସିଙ୍ଗଡ଼ା ଓ ବରା । ଏହାକୁ ଖାଇବା ପରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ସମସ୍ତ ଛାତ୍ର ଝାଡ଼ା ବାନ୍ତି ପରେ ସୁସ୍ଥ ଥିବା ବେଳେ ୧୯ ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ମଝାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୧ ଜଣ ଛାତ୍ରୀ ଏବଂ ୮ ଜଣ ଛାତ୍ରୀ ସୁନ୍ଦରଗଡ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି ଅଛନ୍ତି । ମେଡିକାଲ କଲେଜ ରେ ଭର୍ତ୍ତି ଥିବା ଛାତ୍ରୀ ମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି ।