ବମ୍ବେ-;ନିଜ ବ୍ୟକ୍ତିଗତ ବ୍ଲଗରେ ସମାଲୋଚକଙ୍କୁ କଟାକ୍ଷ କରିଛନ୍ତି ଅମିତାଭ I ବିଶେଷ କରି ତାଙ୍କ ବିଷୟରେ ନ ଲେଖିବାକୁ ଧମକ ଦେଉଥିବା ଲୋକଙ୍କୁ ଅଡ୍ରେସ କରି ସେ ଏଭଳି ବ୍ୟଙ୍ଗାତ୍ମକ ଲେଖା ସେୟାର କରିଛନ୍ତି I ସମାଲୋଚକଙ୍କୁ ଜବାବ ଦେଇ ସେ କହିଛନ୍ତି, “ତୁମେ ଗୋଟିଏ କରିବ, ଆମେ ୧୦୦ଟି କରିବୁ।” ଅମିତାଭ ବଚନ ନିଜର ଦମଦାର ଅଭିନୟ ଓ ଭଏସ ପାଇଁ ସବୁ ବେଳେ ଚର୍ଚାରେ ଥାନ୍ତି କିନ୍ତୁ ଏଥର ଶୋସିଲା ମିଡିଆରେ ନିଜର ଲେଖା ପାଇଁ ଚର୍ଚ୍ଚାରେ ଅଛନ୍ତି । ୧୮ ବର୍ଷରୁ ଉର୍ଦ୍ଧ ସମୟ ଧରି ଅମିତାଭ ନିଜ ବ୍ୟକ୍ତିଗତ ସୋସିଆଲ ମିଡ଼ିଆ ପେଜରେ ପ୍ରତିଦିନ କିଛି କିଛି ଲେଖି ଆସୁଛନ୍ତି I ବ୍ଲଗ ଲେଖିବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି I ଏହି ମାଧ୍ୟମରେ ସେ ନିଜର ବହୁଦିନର ଅନୁଭୂତି,ଚିନ୍ତାଧାରା ଏବଂ ପ୍ରଶଂସକଙ୍କ ସହ ଜଡିତ ଅନେକ କଥା ଫ୍ୟାନ ମାନଙ୍କୁ ବାଣ୍ଟନ୍ତି I

ନିକଟରେ ନିଜ ବ୍ଲଗ୍ରେ ସେ ଲେଖିଛନ୍ତି ''ଭାବିଲି ଦିନତ ବଦଳି ଗଲା ୨୮ ତାରିଖରୁ ୨୯ ତାରିଖ ହୋଇଗଲାଣି। ସକାଳ ସମୟ , ଲାପଟପ୍ ସାମ୍ନାରେ ବସିଛି ଆଜିର ଦିନ ବିଷୟରେ କିଛି ଲେଖିବାକୁ ଭାବିଲି, ଯାହାଦ୍ୱାରା ରାତିରେ ତାରିଖ କିମ୍ବା ନମ୍ବର ଲେଖିବାରେ ଭୁଲ୍ ହେବନି । ଏହା ସହ ସେ ନିଜ ପ୍ରଶଂସକଙ୍କ ପ୍ରତି ଥିବା ଭଲପାଇବା ବିଷୟରେ ମଧ୍ୟ ଲେଖିଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରଶଂସକମାନେ ପାଖରେ ଛିଡ଼ା ହୋଇଥିବା ଦେଖିଲେ ତାଙ୍କୁ ଭଲ ଲାଗେ। ଯଦିଓ ଗତ ରବିବାର ସେମାନଙ୍କଠାରୁ ଦୂରତା ସୃଷ୍ଟି ହୋଇଛି, ତଥାପି ସେମାନଙ୍କ ପ୍ରତି ତାଙ୍କର ସ୍ନେହ, ଭଲପାଇବା ଓ ସମ୍ମାନ କେବେ କମିବ ନାହିଁ ବୋଲି ଅମିତାଭ ଲେଖିଛନ୍ତି।

ALSO READ - ଡିସେମ୍ବର ବକ୍ସ ଅଫିସରେ ବଡ଼ ଧମାକା ! କିଙ୍ଗଖାନ ଓ ଭାଇଜାନଙ୍କ ଫିଲ୍ମକୁ ନେଇ ବଢ଼ିଲାଣି କ୍ରେଜ

ତେବେ ଏହି ବ୍ଲଗ ର ସବୁଠାରୁ ଚର୍ଚ୍ଚିତ ଅଂଶ ହେଉଛି ସମାଲୋଚକଙ୍କୁ ଦେଇଥିବା ତାଙ୍କ ଜବାବ। ଅମିତାଭ ଲେଖିଛନ୍ତି, କେହି ବୟସରେ ଛୋଟ ତ ଆଉ କେହି ବଡ଼। କେହି କେହି ଅଧିକ ଶୋଇବାକୁ ପସନ୍ଦ କରନ୍ତି। ଏହାକୁ ନେଇ କିଭଳି ହେଡ୍ଲାଇନ୍ ପ୍ରସ୍ତୁତ ହେବ, ତାହା ମଧ୍ୟ ଦେଖିବାକୁ ହେବ। ସେ ଆହୁରି କହିଛନ୍ତି, “ମୋତେ ଧମକ ଦିଅ ନାହିଁ। ତୁମେ ଯଦି ମୋ ବିଷୟରେ ଲେଖିବା ବନ୍ଦ କରିଦିଅ, ତାହାଲେ ମଧ୍ୟ କୌଣସି ସମସ୍ୟା ନାହିଁ। ମୋର ନିଜସ୍ୱ ଖବରକାଗଜ ଏବେ ବ୍ଲଗ ମାଧ୍ୟମରେ ଚାଲୁଛି। ତୁମେ ଗୋଟିଏ କରିବ, ଆମେ ୧୦୦ଟି କରିବୁ।” ଏଭଳି କହି ନିନ୍ଦୁକଙ୍କୁ କଟାକ୍ଷ କରିଛନ୍ତି ଅମିତାଭ । ଅମିତାଭ ନିଜ ମନର ଭାଷାକୁ ପରିପ୍ରକାଶ କରିବା ପାଇଁ ବ୍ଲଗକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରୁଥିବା ବେଳେ ନିକଟରେ ଲେଖିଥିବା ଏହି ବ୍ଲଗରେ ସେ କାହାକୁ ନିର୍ଦ୍ଧିଷ୍ଟ ଭାବରେ କଟାକ୍ଷ କରିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି ।