ଭୁବନେଶ୍ୱର ୨୬।୦୩ : ବିରୋଧୀଙ୍କ ଉପମୁଖ୍ୟମନ୍ତ୍ରୀଙ୍କ ଜବାବ । ଶୁନ୍ୟକାଳରେ ବିରୋଧୀ କୌଣସି ବି ପ୍ରସଙ୍ଗରେ ଆଲୋଚନା କରିବାକୁ ସୁଯୋଗ ଦେଉନାହାନ୍ତି । ଗତ କିଛି ଧରି ଏହିପରି ଭାବେ ଚାଲିଛି ।

Also Read:-ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି, ୧୦% ବଢ଼ିବ ଅବକାରୀ ଲାଇସେନ୍ସ ଆବେଦନ ଶୁଳ୍କ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଗତ କିଛି ଧରି ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ ଚାଲିପାରୁନାହିଁ । ଶୁନ୍ୟକାଳରେ ବିରୋଧୀ ଆଲୋଚନା କରିବାକୁ ସୁଯୋଗ ଦେଉନାହାନ୍ତି । ଗୃହକୁ ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନୁରୋଧ କରିଛନ୍ତି । ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିନ ଦ୍ୱିପହରେ ଗୁଳି କରାଯାଇ ହତ୍ୟା କରାଯାଇଥିଲା । ସେତେବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ଇତିଶ୍ରୀ, ପରି. ମାଧବିଲତା ଘଟଣାରେ ଗୃହମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ଗଣତାନ୍ତ୍ରିକ ପଦ୍ଧତିରେ ଆଲୋଚନା ଏବଂ ଚର୍ଚ୍ଚାର ଆବଶ୍ୟକ ରହିଛି । ରାମ ନାମ ଉଚ୍ଚାରଣ କରୁଛନ୍ତି । ରାମ ନାମରେ ବିଶ୍ୱାସ କରନ୍ତୁ । ଯାହା ସମସ୍ୟା ଅଛି ସରକାରଙ୍କ ସହ ଆଲୋଚନା କରନ୍ତୁ । ଗୃହକୁ ଆସନ୍ତୁ ଆଉ ଆଲୋଚନା କରନ୍ତୁ । ସାଧାରଣ ଲୋକଙ୍କ ପଇସା ଖର୍ଚ୍ଚ ହେଉଛି । ବିଜୁ ଟ୍ରଷ୍ଟ ପୋଲ ଖୋଲିଯିବା ଭୟରେ ଏପରି କରୁଛନ୍ତି ବିରୋଧୀ। ଯେଉଁ କାମ ପାଇଁ ବିରୋଧୀ ଦଳରେ ଅଛନ୍ତି, ଯଦି ସେ ଆଲୋଚନା କରନ୍ତେ। ସେସବୁ ସମସ୍ୟା ଦୂର ହୋଇଯାଆନ୍ତି। ଯଦି ଚର୍ଚ୍ଚା ନକରିବା, ତେବେ ବିଧାନସଭାର ସଦସ୍ୟ ହେବାର ଗାରିମା ହରାଇବା।