ନୂଆଦିଲ୍ଲୀ: ମହଙ୍ଗା ହେବ ମାରୁତି ସୁଜୁକୀ କାର୍। ଜୁନ ମାସରୁ ମାରୁତି ସୁଜୁକୀ କାର୍ ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା। ଗୁରୁବାର ଦେଶର ସବୁଠୁ ଲୋକପ୍ରିୟ କାର୍ ନିର୍ମାତା କମ୍ପାନି, ଏହାର ବିଭିନ୍ନ କାର୍ ମଡେଲର ଦାମ୍ ବୃଦ୍ଧି ନେଇ ଘୋଷଣା କରିଛି। କମ୍ପାନିର ପକ୍ଷରୁ ଜାରି ସୂଚନା ଅନୁସାରେ, କାର୍ ଦାମ ସର୍ବାଧିକ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ।

ମଡେଲ ହିସାବରେ ବଢ଼ିବ ଦାମ୍

କମ୍ପାନି ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ଇନପୁଟ୍ କଷ୍ଟ୍ ବଢ଼ିବା ଯୋଗୁ କମ୍ପାନି ଉପରେ ଅଧିକ ବୋଝ ପଡ଼ୁଛି। ଏଥିପାଇଁ କମ୍ପାନି ଏହାର ସବୁ ଚାରି ଚକିଆ କାର୍ ଦାମ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। କମ୍ପାନି ଗୁରୁବାର ଏକ ନିୟାମକ ଫାଇଲିଂରେ କହିଛି ଯେ, ଲଗାତାର ବଢ଼ୁଥିବା ଉତ୍ପାଦନ ଶୁଳ୍କ ଏବଂ ଇନପୁଟ୍ କଷ୍ଟ୍ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ଦାମ୍ ଜୁନ ଠାରୁ ଲାଗୁ ହେବ। ତେବେ ଏହି ବୃଦ୍ଧି ଭିନ୍ନ ଭିନ୍ନ କାର୍ ମଡେଲ ହିସାବରେ ଅଲଗା ରହିବ ଏବଂ କିଛି କାର୍ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ। ଏହା ସହ କମ୍ପାନି କହିଛି ଗ୍ରାହକଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ଯଥା ସମ୍ଭବ କମ୍ କରିବାକୁ ଧ୍ୟାନ ଦିଆଯାଉଛି।

Also Read: ଆଜିଠୁ ମହଙ୍ଗା ମାଡ଼ ଆରମ୍ଭ! ଡିଜେଲ ଦର ବଢ଼ିବା ପରେ ମହଙ୍ଗା ହେବ ପରିବହନ ଖର୍ଚ୍ଚ; ବଢ଼ିପାରେ ଗ୍ରୋସରି ଓ ଦୈନନ୍ଦିନ ସାମଗ୍ରୀର ଦାମ୍

ସୂଚନାଥାଉକି, ବଢ଼ୁଥିବା ଦରବୃଦ୍ଧି ଏବଂ ଖର୍ଚ୍ଚ କାରଣରୁ ଅଟୋମୋବାଇଲ କମ୍ପାନି ଅନେକ ସମୟରେ ଦାମରେ ପରିବର୍ତ୍ତନ କରିଥାନ୍ତି।