ଯାଜପୁର, ୦୧/୦୯: ହସ ଖୁସିରେ ଶ୍ୱଶୁର ଘରକୁ ଆସିଥିଲେ ଜ୍ୱାଇଁ । ସ୍ତ୍ରୀକୁ ନେବେ ବୋଲି ମନରେ ଥିଲେ ଆଶା । ହେଲେ ଶ୍ୱଶୁର ଘରେ ପହଁଚିବା ପରେ ବଦଳିଗଲା ସ୍ଥିତି । ଜ୍ୱାଇଁକୁ ଦିଆଗଲା ଭୟଙ୍କର ଅପମାନ । ଏପରିକି ଜୋତାମାଳ ପିନ୍ଧିବାକୁ ପଡିଲା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ।

Also Read :- ଭାଙ୍ଗିବ ପ୍ରତାପ ଷଡ଼ଙ୍ଗୀଙ୍କ ଚାଳଘର, ତିଆରି ହେବ କୋଠା ! ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ

ରିପୋର୍ଟ ଅନୁସାରେ ରାଗିଥିବା ସ୍ତ୍ରୀକୁ ନେବାକୁ ଆସିଥିବା ଭଦ୍ରକ ଜିଲ୍ଲାର ଆନନ୍ଦ ଦାସ ନିଜ ଶ୍ୱଶୁର ଘରେ ପହଂଚି ଥିଲେ । କୌଣସି କାରଣରୁ ସ୍ତ୍ରୀଙ୍କ ସହ ବଚସା ହେବାରୂ ଶ୍ୱଶୁୂର ନିରଞ୍ଜନ ଦାସ ନିଜ ଜ୍ୱାଇଁଙ୍କୁ ମାଡ଼ ମାରିଥିଲେ । ଏହା ସହିତ ମୁଣ୍ଡରେ ରଙ୍ଗମାରି ବେକରେ ଜୋତାମାଳ ପିନ୍ଧାଇ ବିଚ୍ ରାସ୍ତାରେ ବୁଲାଇଥିଲେ ।

ଏହି ଘଟଣାଟି ସମଗ୍ର ବିଂଝାରପୁର ପାଇଁ ଦୁଃଖଦ ଘଟଣା ବୋଲି ମତ ପ୍ରକାଶ ପାଇଛି । ତେବେ ଘଟଣା କେତେଦୂର ସତ ତାହା ଜଣାପଡିନି । ସେପଟରେ ବିଂଝାରପୁର ଥାନାରେ ଏଭଳି ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇ ନଥିବା ବେଳେ ସେ ବ୍ୟକ୍ତି ଜଣଙ୍କ ପାଗଳ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ । ତେବେ ପ୍ରକୃତରେ ବ୍ୟକ୍ତି ଜଣକ ପାଗଳ ନା ତାର ଶ୍ୱଶୁର ଘର ଲୋକ ଏମିତି କରିଛନ୍ତି ତା ଜଣାପଡି ନାହି । ସେପଟରେ ଉଭୟଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ । ପ୍ରତିକ୍ରିୟା ଆସିଲେ ଘଟଣା ସ୍ପଷ୍ଟ ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି ।