ଆସ୍କା ୦୮।୦୮: ଲିଫ୍ଟ ନଦେବାରୁ ଗଳା କାଟିଦେଲା ଯୁବକ। ଗଞ୍ଜାମ ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁର ଛକରେ ଗତକାଲି ବିଳମ୍ବିତ ରାତିର ଘଟଣା l ପ୍ରଥମେ ଲିଫ୍ଟ ମାଗିଲା l ଲିଫ୍ଟ ନଦେବାରୁ ଛୁରୀରେ ଗାଡ଼ି ଚାଳକଙ୍କ ବେକ କାଟି ଦେଲା ଦୁର୍ବୃତ୍ତ l ଗୁରୁତର ହୋଇଥିବା ଗାଡ଼ି ଚାଳକ ଜଣକ ହେଉଛନ୍ତି ହିଞ୍ଜିଳି ଅଞ୍ଚଳର ଉଦ୍ଧବ ପାଢ଼ୀ l ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହିଞ୍ଜିଳି ପରେ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Watch Video:-

ସୂଚନା ଅନୁସାରେ, ଉଦ୍ଧବ ପାଢ଼ୀ ଗତକାଲି ବିଳମ୍ବିତ ରାତିରେ ମୋଟର ସାଇକେଲରେ ହିଞ୍ଜିଳି ଆସୁଥିବା ସମୟରେ ଖଣ୍ଡୁର ଛକ ଠାରେ ତାଙ୍କୁ ଜଣେ ଲିପ୍ଟ ମାଗିଥିଲେ l ରାତିରେ ଲିଫ୍ଟ ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ ଛୁରୀରେ ଉଦ୍ଧବଙ୍କ ବେକ କାଟି ଦେଇଥିଲା ଦୁର୍ବୃତ୍ତ l ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ କରୁଛି l

Also Read:-ଚିନ୍ତା ବଢାଇଲାଣି ନଦୀର ଜଳସ୍ତର, ପୁଣି ଘାରିଲାଣି ବନ୍ୟା ଡ଼ର...