ଭଦ୍ରକ ୦୮।୦୮ : ବନ୍ୟା ପ୍ରଭାବିତ ଭଦ୍ରକରେ ବିପନ୍ନମାନେ ନିଜ ଘର ସଜାଡ଼ିବା ଆରମ୍ଭ କରିଥିବା ବେଳେ ପୁଣି ଚିନ୍ତା ବଢ଼ାଇଛି ସାଳନ୍ଦୀ ବନ୍ୟା । ପୁଣି ବନ୍ୟା ସ୍ଥିତି ଉପୁଜିଛି। ବୈତରଣୀ ନଦୀରେ ଫୁଲୁଥିବା ବେଳେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ପୌରପାଳିକା ସହ କେତେକ ପଞ୍ଚାୟତ ଓ ତିହିଡି ବ୍ଲକରେ ବନ୍ୟା ପାଣି ପଶିଛି। ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ମୁକୁଳା ପଡିଥିବା ଅନେକ ପୁରୁଣା ଘାଈରେ ପାଣି ପଶୁଛି । ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ଉପରେ ନଜର ରଖିଛି ପ୍ରଶାସନ । ହଦଗଡ଼ ଡ୍ୟାମ ୨ଟି ଗେଟ୍ ଖୋଲା ଯାଉଛି ।

Also Read:-Tariff : ରୁଷିଆଠୁ ତେଲ କିଣିଲେ ଭୋଗିବାକୁ ପଡ଼ିବ ଭାରି ଦଣ୍ଡ! ୫ ଦେଶକୁ ବଡ଼ ଝଟକା, ବର୍ତ୍ତିବନି ଭାରତ

ସେହିପରି ପୁଣି ଫୁଲୁଛି ବୈତରଣୀ । ଭୟରେ ଯାଜପୁରର ତଳିଆ ଲୋକ । ଅନେକ ଗାଁରୁ ପାଣି ଖସିନଥିବା ବେଳେ ନଦୀରେ ପୁଣି ବନ୍ୟା ପାଣି ଆସିବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଯାଜପୁରର ପ୍ରମୁଖ ନଦୀ ବୈତରଣୀ , ଖରସ୍ରୋତା , ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ଶାଖା କାଣି ନଦୀରେ କିଛି ଦିନ ପୂର୍ବରୁ ବନ୍ୟା ଆସି ଅନେକ ପଞ୍ଚାୟତ ଓ ଗାଁ ଜଳ ମଗ୍ନ ହୋଇଥିବା ବେଳେ ଅନେକ ଚାଷ ଜମି ରେ ପାଣି ପଶି କ୍ଷୟ କ୍ଷତି ହୋଇଥିଲା । କଚ୍ଚା ଘର ଭାଙ୍ଗି ମାଟିରେ ମିଶି ଯିବା ଫଳରେ ଅନେକ ବାସ ହରା ହୋଇପଡିଛନ୍ତି । ଏ ସବୁ ଦୁର୍ଦ୍ଦଶାରୁ ଲୋକେ ଉଠିନଥିବା ବେଳେ ଏବେ ନଦୀରେ ପୁଣି ବନ୍ୟା ପାଣି ଆସିଛି । ସତର୍କ ସଂକେତ ୧୭.୮୩ ଥିବା ବେଳେ ୧୭.୫୮ ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି ।