ଭୋଗରାଇ: ପାରିବାରିକ କଳହର କରୁଣ ପରିଣତି। ଜନ୍ମ କଲା ମାଆକୁ ବିଷ ଦେଇ ମାରିଦେଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସବ ଗ୍ରାମରେ। ମହିଳାଙ୍କ ପୁତୁରା ଓ ନଣନ୍ଦଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁଅ ଲକ୍ଷ୍ମୀକାନ୍ତ ଦଳାଇକୁ ଅଟକ ରଖିଛି।

ସୂଚନା ଅନୁସାରେ, କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସବ ଗ୍ରାମର ପଦ୍ମାବତୀ ଦଳାଇ ଓ ପୁଅ ଲକ୍ଷ୍ମୀକାନ୍ତ ଦଳାଇଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା। ପଦ୍ମାବତୀଙ୍କ ପୁତୁରା କହିଛନ୍ତି, ଗତ କାଲି ରାତିରେ ପୁଅ ମାଆକୁ ମାଡ଼ ମାରି ଘର ବାହାରକୁ ବାହାର କରିଦେଇଥିଲା। ଶୁକ୍ରବାର ସକାଳେ ମଧ୍ୟ ନିଜ ପତ୍ନୀଙ୍କୁ ତାଙ୍କ ଶାଶୁ ଘରେ ଛାଡ଼ି ଆସିଥିଲେ। ଆଉ ଏହା ପରେ ଘର ବାହାରେ ଥିବା ମାଆଙ୍କୁ ବଳପୂର୍ବକ ବିଷ ଖୁଆଇଦେଇଥିଲେ। ଏଥିରେ କିଛି ସମୟ ପରେ ପଦ୍ମାବତୀଙ୍କର ମୃତ୍ୟୁ ହୋଇଥିଲା।

Also Read: ପୂର୍ବ ଶତ୍ରୁତା ନା ପାରିବାରିକ କଳହ ? କାହିଁକି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର

ତେବେ ଘଟଣା ଜାଣିବା ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ଲକ୍ଷ୍ମୀକାନ୍ତକୁ ଗଛରେ ବାନ୍ଧି ପିଟିବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଗିରଫ କରି ତଦନ୍ତ ଜାରି ରଖିଛି। ମହିଳାଙ୍କ ପୁତୁରା ଏବଂ ନଣନ୍ଦ ହତ୍ୟା ଅଭିଯୋଗ ଆଣିଛନ୍ତି।