ବଲାଙ୍ଗିର ୧୬।୮: ବଲାଙ୍ଗିରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଉଦ୍ଧାର ପରେ ବଡ଼ ଖୁଲାସା । ଅପହରଣ ପଛରେ ହନୁମାନ ଟଙ୍କା କାରବାର ଥିବା ସନ୍ଦେହ । ବ୍ୟବସାୟୀ ନରେନ୍ଦ୍ର ସାହୁ ଓ ଅଭିଯୁକ୍ତ କ୍ଷୀତିଶ ସାହୁକୁ ଜେରା ବେଳେ ମିଳିଲା ସୁରାକ । ୪ ବର୍ଷ ତଳେ ଗୁଣ୍ଡା ସାହୁଙ୍କୁ ୨ କୋଟି ୭୦ ଲକ୍ଷ ଟଙ୍କା ଦେଇଥିଲା କ୍ଷୀତିଶ ସାହୁ । ହନୁମାନ ଟଙ୍କା କାରବାର ପାଇଁ ଟଙ୍କା ନେଣଦେଣ ହୋଇଥିଲା । ସେହି ଟଙ୍କା ନ ଫେରାଇବାରୁ ଅପହରଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଭୁବନେଶ୍ବରରୁ ନରେନ୍ଦ୍ର ସାହୁଙ୍କୁ ଉଦ୍ଧାର ପରେ ତନାଘନା ଆରମ୍ଭ ହୋଇଛି । ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ବାରାକ ଭିତରେ ବ୍ୟବସାୟୀ ଏବଂ ଅଭିଯୁକ୍ତ କ୍ଷୀତିଶ ସାହୁଙ୍କୁ ମୁହାମୁହିଁ ଜେରା କରିଛନ୍ତି ବଲାଙ୍ଗିର ଏସ୍‌ପି । ବଲାଙ୍ଗିରରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଘଟଣାର ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି ।

Also Read:- ଲଗାଣ ବର୍ଷାର ପ୍ରଭାବ ; ଜୁଡ଼ିଆ ଘାଟିରେ ଭୂସ୍ଖଳନ, NH-49ରେ ଯାତାୟାତ ବାଧାପ୍ରାପ୍ତ

ସିସିଟିଭି କ୍ୟାମେରା, ଟୋଲ୍ ଗେଟ୍ ତଥ୍ୟକୁ ଆଧାର କରି ପୋଲିସ ଅପହରଣକାରୀଙ୍କୁ ଧରିବା ସହ ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ । କ୍ଷୀତିଶ ସାହୁ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ନାଁରେ ମାମଲା ରୁଜୁ ହେବା ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ।

Watch Video: