ଭୁବନେଶ୍ୱର ୦୪।୧୧ : ରାଜଧାନୀରେ ଚାଞ୍ଚଲ୍ୟ । ପା ନିକଟରୁ ମିଳିଲା ଅଧାପୋଡ଼ା ମୃତଦେହ ମିଳିଛି । ମୃତଦେହରେ ପୋଡ଼ା ଚିହ୍ନ ରହିଥିବା ବେଳେ ଯୁବକଙ୍କ ପିନ୍ଧା ପୋଷାକ ମଧ୍ୟ ଜଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାର୍କ ନିକଟରୁ ମିଳିଲା ଅଧାପୋଡ଼ା ମୃତଦେହ । କେଳୁଚରଣ ପାର୍କ ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ପରେ ଗାଡ଼କଣ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତଦେହରେ ପୋଡ଼ା ଚିହ୍ନ ରହିଥିବା ବେଳେ ଯୁବକଙ୍କ ପିନ୍ଧା ପୋଷାକ ମଧ୍ୟ ଜଳିଯାଇଛି। ହତ୍ୟା ପରେ ପରିଚୟ ଓ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ି ଦିଆଯାଇଛି କି, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Also Read:-ଗାଁ ଉପରେ ମାଡ଼ି ଆସିଲା ବିରାଟ ପଥର, ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ

ସେପଟେ ଗାଡ଼କଣ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରାଥମିକ ସ୍ଥିତିକୁ ଦେଖି ମୃତଦେହଟି କିଛି ଦିନ ଧରି ସେଠାରେ ପଡ଼ିରହିଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ମୃତ୍ୟୁ କିପରି ହେଲା ? ତାଙ୍କୁ ହତ୍ୟା କରାଯାଇଛି କି? ଯଦି ହତ୍ୟା କରାଯାଇଛି, ତେବେ ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ପୋଡ଼ାଯାଇଛି କି ? ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ ଜାରି ରଖିଛନ୍ତି । ମୃତକଙ୍କ ପରିଚୟ ଏବଂ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବା ପରେ ହିଁ ଘଟଣା ଉପରୁ ପରଦା ହଟିବ।