ନୂଆଦିଲ୍ଲୀ: ଆମେରିକାରେ ଅନୁଷ୍ଠିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ପରାଜିତ ହୋଇଛି। ଟ୍ରମ୍ପଙ୍କ ଏହି ଝଟକା ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରିବା ପାଇଁ ସିଜେପି ସଂସ୍ଥାପକ ଅଭିଜିତ ଦୀପକେଙ୍କୁ ସୁଯୋଗ ମିଳି ଯାଇଛି। ଦୀପକେ କହିଛନ୍ତି, ଜ୍ଞାନେଶ କୁମାର ଥିଲେ ଟ୍ରମ୍ପଙ୍କୁ ଏମିତି ଦିନ ଦେଖିବାକୁ ପଡ଼ି ନ ଥାନ୍ତା।

ଦୀପାବଳି ପର୍ଯ୍ୟନ୍ତ ଆନ୍ଦୋଳନରେ ବ୍ରେକ ଲଗାଇଥିବା ସିଜେପି ପ୍ରମୁଖ ଦୀପକେ ସଂପ୍ରତି ଜ୍ଞାନେଶ କୁମାରଙ୍କୁ ନେଇ ବିଶେଷ କିଛି ଟିପ୍ପଣୀ କରୁ ନାହାନ୍ତି। ମାତ୍ର ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ପରାଜୟ ଦୀପକେଙ୍କୁ ଜ୍ଞାନେଶ କୁମାରଙ୍କ କଥା ମନେ ପକାଇ ଦେଇଛି। ଦୀପକେ ସିଇସି ଓ ମୋଦୀ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଜ୍ଞାନେଶ କୁମାର ଥିଲେ କଦାପି ଟ୍ରମ୍ପଙ୍କ ସହ ଏମିତି ହେବାକୁ ଦେଇ ନ ଥାନ୍ତେ। ସେ ଇସାରାରେ ଏହା କହିଛନ୍ତି ଯେ, ଜ୍ଞାନେଶ କୁମାର ଯଦି ଆମେରିକା ନିର୍ବାଚନ ପରିଚାଳନା କରୁଥାନ୍ତେ ତେବେ ଟ୍ରମ୍ପଙ୍କୁ କଦାପି ପରାଜୟର ମୁହଁ ଦେଖିବାକୁ ପଡ଼ି ନ ଥାନ୍ତା।

Alao Read: ସୋନମ୍ ୱାଙ୍ଗଚୁକ୍‌ଙ୍କ ସ୍କୁଲକୁ ଲଦାଖ ପ୍ରଶାସନର ନୋଟିସ୍, କ୍ଲାସ୍ ବନ୍ଦ ପାଇଁ ନିର୍ଦ୍ଦେଶ

ଟ୍ରମ୍ପ କହିଛନ୍ତି, ସେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଫଳାଫଳକୁ ସ୍ଵୀକାର କରୁଛନ୍ତି। ଅବଶ୍ୟ ଏହି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ସିନେଟ୍ ଓ ଗଭର୍ଣ୍ଣର ପଦଗୁଡ଼ିକରେ ନିର୍ବାଚନ ଜିତି ସ୍ଥିତି ମଜବୁତ ପାରିଛି। ଡେମୋକ୍ରାଟିକ ପାର୍ଟି ଟେକ୍ସାସ, ନର୍ଥ କେରୋଲିନା, ସାଉଥ କେରୋଲିନା ଓ ଓହାୟୋରେ ଆମେରିକୀୟ ସିନେଟ ଆସନରେ ନିର୍ବାଚନ ଜିତି ପାରିଛି। ଏହି ସବୁ ଅଞ୍ଚଳରେ ଟ୍ରମ୍ପ ଭୋଟରଙ୍କୁ ତାଙ୍କୁ ପ୍ରାର୍ଥୀ ଭାବି ଭୋଟ୍ ଦେବାକୁ ଅପିଲ୍ କରିବା ସହ ଜୋରଦାର ପ୍ରଚାର କରିଥିଲେ।

ଜ୍ଞାନେଶଙ୍କ ବିରୋଧ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସୀମିତ

ସିଜେପିର ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯାନ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସୀମିତ ରହି ଯାଇଛି। ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କା ସୋସିଆଲ ମିଡିଆରେ ହିଁ ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରିବା ସହ ପରିହାସ କରୁଛନ୍ତି। ତଥାପି ପୂର୍ବାପେକ୍ଷା ଜ୍ଞାନେଶ କୁମାରଙ୍କ ବିରୋଧରେ ଆକ୍ରମଣ କମିଛି।

Also Read: US ମିଡଟର୍ମ୍ ନିର୍ବାଚନ : ମଇଦାନରେ ଅନେକ ଭାରତୀୟ ବଂଶୋଦ୍ଭବ, ଜାଣନ୍ତୁ କିଏ ଆଗରେ ଏବଂ ପଛରେ କିଏ ?

ବଦଳିପାରେ ସିଜେପିର ଆନ୍ଦୋଳନ ଶୈଳୀ

ଦିଲ୍ଲୀ ପୋଲିସର ପିସ୍ ବଣ୍ଡରେ ସାଇନ କରି ସାରିଥିବା ଦୀପକେ, ଦାସ ଓ ରାଙ୍କାଙ୍କ ପାଇଁ ଏବେ ସଡ଼କକୁ ଓହ୍ଲାଇ ଆନ୍ଦୋଳନ କରିବା ସହଜ ହେବନି। ଆଇନଗତ ଜାଲରେ ଛନ୍ଦି ହେବା ପରେ ସିଜେପି ନେତା ଆନ୍ଦୋଳନର ଶୈଳୀ ବଦଳାଇବା ରଣନୀତି ଉପରେ କାମ କରୁଛନ୍ତି। ସିଜେପି ପକ୍ଷରୁ କୁହାଯାଇଛି ଯେ, ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବ। ହେଲେ ଆନ୍ଦୋଳନ ଶୈଳୀ ଏବଂ ତରିକାରେ ପରିବର୍ତ୍ତନ ହେବ।

ନିର୍ବାଚନ ଫଳାଫଳ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ୍ ପରାଜୟ ମୁହାଁ ହୋଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରାଟମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଆମେରିକାର ସିନେଟ୍ ନିର୍ବାଚନ କଥା କହିବାକୁ ଗଲେ, ଏଠାରେ ଡେମୋକ୍ରାଟିକ ୫୧ଟି ଆସନରେ ଆଗୁଆ ରହିଥିବା ବେଳେ ରିପବ୍ଲିକାନ ୩୯ଟି ଆସନରେ ଆଗୁଆ ରହିଛି। ଫଳରେ ସିନେଟରେ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।

Also Read: ରାମଲୀଳା ମଇଦାନରେ ବିରୋଧୀଙ୍କ ସମାବେଶକୁ ଟାର୍ଗେଟ୍, ପରିବାରବାଦ ନେଇ ବର୍ଷିଲେ ସୁଧାଂଶୁ

ସେହିପରି ପ୍ରତିନିଧି ସଭା ବା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ମଧ୍ୟ ଡେମୋକ୍ରାଟମାନେ ଆଗରେ ରହିଛନ୍ତି। ସେମାନେ ୧୬୫ଟି ଆସନରେ ଆଗୁଆ ଥିବା ବେଳେ ରିପବ୍ଲିକାନ୍ମାନେ ୧୦୦ଟି ଆସନରେ ଆଗୁଆ ଅଛନ୍ତି। ଅନ୍ୟପଟେ ଆଇଓୱା ସିନେଟ୍ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ଜୋଶ୍ ଟ୍ୟୁରେକ୍, ରିପବ୍ଲିକାନ୍ ପ୍ରାର୍ଥୀ ଏଲସି ହିନ୍ସନଙ୍କୁ ପରାସ୍ତ କରିଛନ୍ତି।