ପାଟନା : ପାଖେଇ ଆସିଲାଣି ଆଲୋକର ପର୍ବ । ଆଉ ଦିନ କେଇଟା ପରେ ଲୋକେ ପାଳିବେ ଦୀପାବଳି । ଖୁସି ଓ ଉଲ୍ଲାସର ସହ ସମସ୍ତଙ୍କ ଘରେ ଜଳିବ ରଙ୍ଗୀନ ରଙ୍ଗୀନ ଦୀପ । କିନ୍ତୁ ଏହି ଖୁସି ମଧ୍ୟରେ ଏବେ ଲୋକଙ୍କ ମାଡିଲାଣି ନୂଆ ଚିନ୍ତା ।ରାଜଧାନୀ ଦିଲ୍ଲୀକୁ ନେଇ ଦେଶରେ ପ୍ରଦ୍ୟୁଷଣ ଚିନ୍ତା କମୁନଥିବାବେଳେ ଏବେ ଆଉ ଏକ ରାଜ୍ୟକୁ ନେଇ ଘନେଇଲାଣି ଚିନ୍ତା । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିଚାଲିଥିବାବେଳେ ଏପଟେ ଏଥିରେ ଯୋଡିହୋଇଛି ବିହାର । ଦିଲ୍ଲୀ ପ୍ରଦୂଷଣ ପରେ ଏବେ ବିହାରରେ ଦେଖାଦେଇଛି ସାଂଘାତିକ ବାୟୁ ପ୍ରଦ୍ୟୁଷଣ । ଏଯାଏଁ ବିଷ ବଳୟରୁ ଦିଲ୍ଲୀବାସୀଙ୍କୁ ସମ୍ପୂର୍ଣ୍ଣ ରୂପେ ମୁକ୍ତି ମିଳିପାରୁନାହିଁ । ଧୀରେ ଧୀରେ ବିଗିଡ଼ୁଛି ବାୟୁର ମାନ। ଦୂଷିତ ବାୟୁ ଯୋଗୁଁ ସାଧାରଣ ଲୋକଙ୍କ ନିଶ୍ୱାସ ନେବା ମଧ୍ୟ ହୋଇଗଲାଣି ମୁସ୍କିଲ। ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ଯିବା କଷ୍ଟକର ହୋଇପଡୁଛି । ଆଉ ଏଥିରୁ ତ୍ରାହି ମିଳିବ ବଦଳରେ ପ୍ରଦୂଷଣ ତାଲିକାରେ ଯୋଡିହୋଇଛି ଆଉ ଏକ ରାଜ୍ୟ ।

ସେପଟେ ଦେଶରେ ଆରମ୍ଭ ହୋଇଛି ଶୀତ ଋତୁ । ଆଉ ଶୀତ ଋତୁର ଆଗମନ ସହ ବାୟୁମଣ୍ଡଳରେ ବଢ଼ୁଛି ଧୂଳିକଣା ଓ ପ୍ରଦୂଷିତ ଗ୍ୟାସ୍ର ମାତ୍ରା । ଯାହାକୁ ନେଇ କଲବଲ ସାଧାରଣ ଜନତା । ଦିଲ୍ଲୀ ବାୟୁ ପ୍ରଦୂଷଣର କୌଣସି ସମାଧାନର ବାଟ ଫିଟୁନଥିବାବେଳେ ଏବେ ବିହାର ବାୟୁ ପ୍ରଦୂଷଣକୁ ଦେଖି ଡରିଲେଣି ଲୋକେ । ଗାଡ଼ି ମୋଟରରୁ ବାହାରୁଥିବା ଧୂଆଁ, ନିର୍ମାଣ କାମର ଧୂଳିଧୂସ ଏବଂ ଶିଳ୍ପାଞ୍ଚଳର ପ୍ରଦୂଷଣ ସ୍ଥିତିକୁ ଆହୁରି ଜଟିଳ କରୁଛି। ପାଟନାର ବାୟୁ ଗୁଣବତ୍ତାକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ। ନଭେମ୍ବର ୩ ତାରିଖର ରିପୋର୍ଟ ଅନୁସାରେ, ପାଟନାର ଦାନାପୁର ଅଞ୍ଚଳରେ AQI ୧୪୬ ରେକର୍ଡ ଭାଙ୍ଗିଛି । ଯାହା ଖରାପ ବାୟୁ ଗୁଣବତ୍ତା ଶ୍ରେଣୀରେ ଆସୁଛି। ଅର୍ଥାତ୍ ସାଧାରଣ ଲୋକଙ୍କ ସହ ବିଶେଷକରି ଶିଶୁ, ବୟସ୍କ ଓ ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ବଡ ଚିନ୍ତାର କାରଣ।

ଆଉ ୩ ଦିନ ପରେ ଦେଶବାସୀ ପଳାଇବେ ଦୀପାବଳି । ଆଉ ଦୀପାବଳି ଆସିଲେ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶଙ୍କା କରାଗଲାଣି । ବାଣ ଫୁଟାଇବା ଦ୍ୱାରା ବାୟୁମଣ୍ଡଳରେ PM ୨.୫ ଓ PM ୧୦ ଭଳି ସୂକ୍ଷ୍ମ ପ୍ରଦୂଷକ କଣିକା ବଢ଼ିଥାଏ। ପ୍ରଦୂଷଣରେ ଥିବା ଏହି କଣିକା ଫୁସଫୁସ ଭିତରକୁ ପ୍ରବେଶ କରି ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇପାରେ। କେବଳ ବାଣ ଧୂଆଁ ନୁହେଁ, ଯାନବାହନରୁ ବାହାରୁଥିବା ଧୂଆଁ, ନିର୍ମାଣ କାମ ଏବଂ ଶିଳ୍ପାଞ୍ଚଳରୁ ନିର୍ଗତ ପ୍ରଦୂଷଣ ମଧ୍ୟ ବାୟୁର ମାନକୁ ଖରାପ କରୁଛି। ଶୀତ ଋତୁରେ ପବନର ବେଗ କମିବା ସହ ପ୍ରଦୂଷକ କଣିକା ବାୟୁମଣ୍ଡଳରେ ଅଧିକ ସମୟ ରହିଥାଏ। ଯାହା ଫଳରେ ଦେଶରେ ବାୟୁ ପ୍ରଦୂଷଣ ସ୍ଥିତି ଆହୁରି ବିଗିଡ଼ିବା ନେଇ ଆକଳନ କରାଯାଉଛି | ଏଭଳି ସ୍ଥିତିରେ ଦୀପାବଳି ପରେ ପ୍ରଦୂଷଣ ସ୍ତର ଆହୁରି ବଢ଼ିବା ନେଇ ଚିନ୍ତା ପ୍ରକାଶ ପାଇଛି ।