କେନ୍ଦୁଝର ୧୬।୦୮: ଲଗାଣ ବର୍ଷାରେ ହାଲ ବେହାଲ । କେନ୍ଦୁଝର ସହରରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଅବିଶ୍ରାନ୍ତ ବର୍ଷାର ପ୍ରଭାବରେ କୋଲକାତା-ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟି ନିକଟରେ ଭୂସ୍ଖଳନ ହୋଇଛି। ଯାହାଫଳରେ ସେହି ରାସ୍ତାରେ ଯିବଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଖବର ଅନୁଯାୟୀ, ରବିବାର ଦିନ ଜୁଡ଼ିଆ ଘାଟିରୁ ବଡ଼ ବଡ଼ ପଥର ଓ ମାଟି ଖସି ରାସ୍ତା ଉପରେ ପଡ଼ିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଏନଏଚଏଆଇ ପକ୍ଷରୁ ରାଜପଥର ଗୋଟିଏ ପଟକୁ ବନ୍ଦ କରାଯାଇଛି। ବର୍ତ୍ତମାନ ରାସ୍ତାର ଅନ୍ୟପଟ ଦେଇ ଉଭୟ ଦିଗର ଗାଡ଼ି ଚଳାଚଳ କରୁଛି। ଫଳରେ ରାଜପଥରେ ଯାନବାହନ ଧୀରଗତିରେ ଚାଲୁଥିବା ବେଳେ ଯାତାୟାତ ପ୍ରଭାବିତ ହୋଇଛି।

Also Read:-ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତିଙ୍କ ମୃତଦେହ ଉଦ୍ଧାର, ପାର୍ଟି ଅଫିସରୁ ମିଳିଲା ‘ସୁଇସାଇଡ୍ ନୋଟ୍’

ଲଗାଣ ବର୍ଷା ଯୋଗୁଁ ପୁଣି ଭୂସ୍ଖଳନର ଆଶଙ୍କା ଥିବାରୁ ଜୁଡ଼ିଆ ଘାଟି ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ଚାଳକଙ୍କୁ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏନଏଚଏଆଇ ପକ୍ଷରୁ ରାସ୍ତା ଉପରେ ପଡ଼ିଥିବା ମାଟି ଓ ପଥର ହଟାଇବା ସହ ଯାତାୟାତ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଉଛି।

Watch Video:-