ମାଲକାନଗିରି ୦୪।୧୧ : ମହାରାଷ୍ଟ୍ରରୁ ଛତିଶଗଡ଼... ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ... ଆଉ ଏବେ ଓଡ଼ିଶାର ଜଙ୍ଗଲରେ ମହାବଳର ପାଦଚିହ୍ନ। ଖାଦ୍ୟ ଅନ୍ବେଷଣରେ ପ୍ରାୟ ୮୫୦ କିଲୋମିଟର ଜଙ୍ଗଲ ଅତିକ୍ରମ କରି ରାଜ୍ୟ ପରେ ରାଜ୍ୟ ବୁଲୁଛି ଏକ ମହାବଳ ବାଘ। ଏବେ ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳରେ ଏହି ବାଘର ଗତିବିଧିକୁ ନେଇ ବଢ଼ିଛି ଚିନ୍ତା। ବାଘକୁ ଠାବ କରିବା ପାଇଁ ଓଡ଼ିଶା ଓ ଆନ୍ଧ୍ର ବନ ବିଭାଗ ମିଳିତ ଭାବେ ଚଳାଇଛନ୍ତି ଟ୍ରାକିଂ। ଅନ୍ୟପଟେ ମୋଟୁ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କରାଯାଇଛି ସଚେତନ।

ମାଲକାନଗିରି ମୋଟୁ ବନାଞ୍ଚଳରେ ଚାଲିଛି ମହାବଳ ବାଘ ଖୋଜା। ଖାଦ୍ୟ ଅନ୍ବେଷଣରେ ଆନ୍ଧ୍ରରୁ ଓଡ଼ିଶା ଚାଲି ଆସିଛି ବାଘ। ଏଥିପାଇଁ ମୋଟୁ ଅଞ୍ଚଳର ଲୋକଙ୍କୁ ସତର୍କ କରାଇଛି ବନ ବିଭାଗ। ତେବେ ବାଘ ବେକରେ କଲାର ସିଗ୍ନାଲ ଥିବାରୁ ଆଣ୍ଟିନା ଧରି VHF ସିଗ୍ନାଲ ମାଧ୍ୟମରେ ବାଘକୁ ଟ୍ରାକ୍ କରୁଛନ୍ତି ଆନ୍ଧ୍ର ଓ ଓଡ଼ିଶା ବନ ବିଭାଗ। ୨ ଦିନ ତଳେ ଆନ୍ଧ୍ର ପ୍ରଦେଶ ପାପିକୋଣ୍ଡାଲୁ ଜଙ୍ଗଲରୁ ବାଘଟି ମୋଟୁ ବନାଞ୍ଚଳରେ ପ୍ରବେଶ କରିଥିଲା।

Also Read:-କୋଟି କୋଟି ଟଙ୍କାର ମନି ଲଣ୍ଡରିଂ ଅଭିଯୋଗ, ଈଶ୍ୱର ବିନ୍ଧାଣୀଙ୍କ ଘରେ ଇଡି ରେଡ୍

ତେବେ ବାଘଟି ମାର୍ଚ୍ଚ ମାସରୁ ଖାଦ୍ୟ ଅନ୍ବେଷଣରେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଘୁରି ବୁଲୁଛି । ପ୍ରାୟ ୮୫୦ କିଲୋମିଟର ଜଙ୍ଗଲ ଅତିକ୍ରମ କରି ମହାରାଷ୍ଟ୍ର ରୁ ଛତିଶଗଡ଼ ଆସିଥିଲା ବାଘ । ପରେ ଆନ୍ଧ୍ର ପ୍ରଦେଶ ପାପିକୋଣ୍ଡାଲୁ ଅଭୟାରଣ୍ୟରେ ଆଶ୍ରୟ ନେଇଥିଲା । ଏବେ ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCA ବାଘର ଗତିବିଧି ଉପରେ ଲଗାତର ନଜର ରଖିଛି।