ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ଘରକୁ ଆସିବାକୁ ଯାଉଛି ନୂଆ ଅତିଥି। ୪୧ ବର୍ଷ ବୟସରେ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ। ଏନେଇ ସୋସିଆଲ ମିଡିଆରେ ବେବି ବମ୍ପର ଫଟୋ ସେୟାର କରି ସେ ନିଜ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି। ମାହିରା ଖାନ ନିଜ ସ୍ୱାମୀ ସଲିମ କରିମଙ୍କ ସହ ଏହି ଖୁସିର ମୁହୂର୍ତ୍ତକୁ ସେଲିବ୍ରେଟ୍ କରୁଛନ୍ତି। ଅଭିନେତ୍ରୀ ସେୟାର କରିଥିବା ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଦେଖିବାକୁ ମିଳିଛି। ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକ ଓ ଇଣ୍ଡଷ୍ଟ୍ରୀର ସେଲିବ୍ରେଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମାହିରାଙ୍କର ପୂର୍ବରୁ ମଧ୍ୟ ଏକ ପୁଅ ଅଛନ୍ତି। ବର୍ତ୍ତମାନ ସେ ଦ୍ୱିତୀୟ ସନ୍ତାନର ମା’ ହେବାକୁ ଯାଉଥିବା ଖବର ତାଙ୍କ ପରିବାର ଓ ଫ୍ୟାନ୍ସଙ୍କ ପାଇଁ ବେଶ୍ ଖୁସିର ବିଷୟ ପାଲଟିଛି। ମାହିରା ପାକିସ୍ତାନୀ ମନୋରଞ୍ଜନ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ କେବଳ ପାକିସ୍ତାନରେ ନୁହେଁ, ଭାରତୀୟ ଦର୍ଶକଙ୍କ ମଧ୍ୟରେ ମଧ୍ୟ ଖୁବ୍ ପରିଚିତ। ଶାହରୁଖ ଖାନଙ୍କ ସହ ‘ରଇସ୍’ ଫିଲ୍ମରେ ଅଭିନୟ କରି ସେ ଭାରତୀୟ ସିନେପ୍ରେମୀଙ୍କ ନିକଟରେ ଲୋକପ୍ରିୟ ହୋଇଥିଲେ। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମାହିରା ସାଧାରଣତଃ ଅଧିକ କଥା ପ୍ରକାଶ କରନ୍ତି ନାହିଁ । ତେଣୁ ପ୍ରେଗ୍ନାନ୍ସି ଘୋଷଣା ନେଇ ତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର କାରଣ ହୋଇଛି। ଫ୍ୟାନ୍ସ ଏବେ ତାଙ୍କ ଆଗାମୀ ମାତୃତ୍ୱ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।