ପୁରୀ ୩୦।୮: ଦିନେ ଯେଉଁ ଅଞ୍ଚଳ ହଜାର ହଜାର ତାଳ ଗଛରେ ପରିପୂର୍ଣ୍ଣ ଥିଲା, ଆଜି ସେହି ଅଞ୍ଚଳ ତାଳ ଗଛ ଶୂନ୍ୟ । ଏବେ ସମ୍ପୂର୍ଣ୍ଣ ତାଳଗଛ ଶୂନ୍ୟ ହୋଇପଡ଼ିଛି ତାଳବଣିଆ। ଦିନ ଥିଲା ପୁରୀର ତାଳବଣିଆରେ ହଜାର ହଜାର ତାଳଗଛ ଥିଲା। ତେବେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, ବ୍ୟାପକ ଗଛ କଟା ଏବଂ ଦ୍ରୁତ ସହରୀକରଣ ଯୋଗୁଁ ସେହି ଅଞ୍ଚଳରୁ ତାଳଗଛ ନିଶ୍ଚିହ୍ନ ହୋଇଗଲାଣି। ତେବେ ତାଳବଣିଆକୁ ପୁଣିଥରେ ତାଳଗଛ ପରିପୂର୍ଣ୍ଣ କରିବା ପାଇଁ ଆଗେଇ ଆସିଛି ଶ୍ରୀକ୍ଷେତ୍ର ଡୋରା ସମାଜ। ତାଳବଣିଆ ଜଙ୍ଗଲରେ ଆଜି ୫ ହଜାର ତାଳଗଛ ଚାରା ରୋପଣ କରାଯାଇଛି। ତାଳଗଛ ଦ୍ବାରା ମଣିଷକୁ ବଜ୍ରପାତ ବିପଦ କମ୍ ଥାଏ। ଆଗାମୀ ଦିନରେ ତାଳବଣିଆ ଜଙ୍ଗଲ ସମେତ ବିଭିନ୍ନ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ତାଳଗଛ ଲଗାଯିବ ବୋଲି ଶ୍ରୀକ୍ଷେତ୍ର ଡୋରା ସମାଜ ପକ୍ଷରୁ କୁହାଯାଇଛି।

ଶ୍ରୀକ୍ଷେତ୍ର ଡୋରା ସମାଜ ପକ୍ଷରୁ ତାଳବଣିଆରେ ଆୟୋଜିତ ତାଳଗଛ ଚାରା ରୋପଣ କାର୍ଯ୍ୟକ୍ରମରେ ପୁରୀ ବନବିଭାଗ ସମେତ ପରିବେଶ ପ୍ରେମୀ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଆଗାମୀ ଦିନରେ କିଭଳି ଅଧିକ ତାଳଗଛ ଚାରା ଲଗାଯାଇ ପାରିବ ଏବଂ ତାଳଗଛର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଇପାରିବ ସେନେଇ ଲକ୍ଷ୍ୟ ରଖିଛି ଶ୍ରୀକ୍ଷେତ୍ର ଡୋରା ସମାଜ। ତାଳଗଛ ରୋପଣ ପରେ ଏହାର ରକ୍ଷଣାବେକ୍ଷଣ ମଧ୍ୟ ଡୋରା ସମାଜ ପକ୍ଷରୁ ନିଆଯିବ ବୋଲି କୁହାଯାଇଛି ।

Also Read:- ଭୁବନେଶ୍ୱର-କଟକରେ ମିଳିବ Indane ‘XTRALITE NOW’, ବୁକିଂର ୩ ଘଣ୍ଟାରେ ଘରେ LPG ସିଲିଣ୍ଡର

ଅତୀତରେ ବିଭିନ୍ନ ସ୍ଥାନରେ ତାଳଗଛ ଥିବାରୁ ବଜ୍ରପାତ ସମୟରେ ଲୋକେ ସୁରକ୍ଷିତ ରହିପାରୁ ଥିଲେ। ତେଣୁ ସମସ୍ତେ ତାଳଗଛ ରୋପଣ ଏବଂ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ପରିବେଶ ପ୍ରେମୀ କହିଛନ୍ତି ।

Watch Video: