ପୁରୀ ୬।୯: ପୁରୀରେ ମାରଣାସ୍ତ୍ର ଧରି ଆତଙ୍କରାଜ ଖେଳାଇବା ସହ ଜଣେ ଯୁବକଙ୍କୁ ଆକ୍ରମଣ କରିବା ଘଟଣାରେ ଟାଉନ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଷଣ୍ଢକୁ ପୋଲିସ ଛଇତନା ଅଞ୍ଚଳରୁ ଶନିବାର ରାତିରେ ଗିରଫ କରିଛି ।

ଗତ ୩୧ ତାରିଖ ରାତିରେ ଅଭିଯୁକ୍ତ ଷଣ୍ଢ ତାର ସହଯୋଗୀ ମାନଙ୍କ ସହ ଶଗଡ଼ିଆ ସାହିର ବଳରାମ ସାହୁଙ୍କୁ ଆକ୍ରମଣ କରିଥିଲା । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ପୂର୍ବରୁ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ରବିବାର ମୁଖ୍ୟ ଅଭିଯୁକ୍ତ ଷଣ୍ଢକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଷଣ୍ଢ ଓ ତାର ସହଯୋଗୀଙ୍କ ଆକ୍ରମଣରେ ବଳରାମଙ୍କ ହାତ ଓ ଛାତିରେ ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୋସିଆଲ ମିଡିଆରେ ଆକ୍ରମଣ ସମୟର ଭିଡିଓ ଭାଇରାଲ ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡିଛି ।

Also Read:- ମାଲେସିଆରୁ ଅପରେସନ୍, ଉତ୍ତରାଖଣ୍ଡରେ ATMରୁ ଟଙ୍କା ଉଠାଣ; ଅଭିଯୁକ୍ତ ଗିରଫ