ନୂଆଦିଲ୍ଲୀ: ବ୍ରିଟେନ କମ୍ପାନୀ ମିନି(MINI) ଭାରତରେ ମିନି କୁପର ଅକ୍ସଫୋର୍ଡ ଏଡିସନ(Mini Cooper Oxford Edition)ଲଞ୍ଚ କରିଛି। ୟୁକେ ପ୍ଲାଣ୍ଟ ଅକ୍ସଫୋର୍ଡରେ ମଡର୍ଣ୍ଣ ମିନି ଉତ୍ପାଦନର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ପେଶାଲ ଏଡିସନ ଲଞ୍ଚ କରାଯାଇଛି। ଆସନ୍ତୁ ଏହାର ମୂଲ୍ୟ, ଫିଚର୍ସ ଓ ବୁକିଂ ତାରିଖ ବିଷୟରେ ଜାଣିବା।

ମୂଲ୍ୟ ଓ ବୁକିଂ- ଏହି ଲିମିଟେଡ୍ ଏଡିସନ କାର୍ର ଏକ୍ସ ଶୋରୁମ ମୂଲ୍ୟ ୫୫.୫୦ ଲକ୍ଷ ଟଙ୍କା ରଖାଯାଇଛି। କାର୍ ଫେବର୍ଡ ପ୍ୟାକ୍ ଉପରେ ଆଧାରିତ। ଏହାକୁ ସିବିୟୁ ଭାବରେ ଭାରତ ଅଣାଯାଇଛି। ଏହାକୁ ଲକ୍ଷ୍ନୌର ନୂଆ ଡିଲରସିପ୍ MINI ସ୍ପିଡ୍ ମୋଟରୱାଗେନ୍ରେ ଲଞ୍ଚ କରାଯାଇଛି। ଦେଶବ୍ୟାପୀ କମ୍ପାନୀର ଅଧିକୃତ MINI ଇଣ୍ଡିଆ ଡିଲରସିପ୍ଗୁଡ଼ିକରେ ସୀମିତ ସଂଖ୍ୟକ ୟୁନିଟ୍ ପାଇଁ ବୁକିଂ ଆରମ୍ଭ ହୋଇସାରିଛି। ଏହାର ତୁରନ୍ତ ଡେଲିଭରି ମଧ୍ୟ ଆରମ୍ଭ ହେବ।

ଇଞ୍ଜିନ-ପାୱାର ଓ ପରଫର୍ମାନ୍ସ- ଏହି କାରରେ ୨.୦ ଲିଟରର ୪ ସିଲିଣ୍ଡର ମିନି ଟ୍ୱିନପାୱାର ଟର୍ବୋ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଯାହା ୨୦୪ ଏଚ୍ପି ଏବଂ ୩୦୦ ଏନଏମ ଟର୍କ ଜେନେରେଟ୍ କରେ।

ଗିୟରବକ୍ସ ଓ ସ୍ପିଡ୍-ଏହାର ଇଞ୍ଜିନକୁ ୭-ସ୍ପିଡ୍ ଷ୍ଟେପ୍ଟ୍ରୋନିକ୍ ସ୍ପୋର୍ଟ ଡୁଆଲ୍-କ୍ଲଚ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହ ଯୋଡା ଯାଇଛି। ଯାହା ମାତ୍ର ୬.୬ ସେକେଣ୍ଡରେ ୦ ରୁ ୧୦୦ କିମି ଘଣ୍ଟା ପ୍ରତି ବେଗରେ ସ୍ପିଡ୍ ଧରିପାରିବ। ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୨୪୨ କିମି ରହିଛି।

ରାଇଡ୍ ଆଣ୍ଡ ସେଫ୍ଟି- ଏଥିରେ ଆଡାପ୍ଟିଭ୍ ସସପେନସନ୍, ଜେସିଡବ୍ଲୁ ସ୍ପୋର୍ଟ ବ୍ରେକ୍, କ୍ରୁଜ୍ କଣ୍ଟ୍ରୋଲ, ପାର୍କିଂ ଆସିଷ୍ଟାଣ୍ଟ, ୬ଟି ଏୟାରବ୍ୟାଗ୍, ଡାଇନାମିକ୍ ଷ୍ଟେବଲିଟି କଣ୍ଟ୍ରୋଲ (DSC) ଏବଂ କର୍ଣ୍ଣରିଂ ବ୍ରେକ୍ କଣ୍ଟ୍ରୋଲ ଭଳି ସୁରକ୍ଷା ଫିଚରଗୁଡ଼ିକ ରହିଛି। ଏହି ଖାସ୍ ଏଡିସନ ଦୁଇଟି ଖାସ୍ ରଙ୍ଗରେ ଉପଲବ୍ଧ ହେବ। ତାହା ହେଲା ଇଣ୍ଡିଗୋ ସନସେଟ୍ ବ୍ଲୁ ଏବଂ ଚିଲି ରେଡ୍।

Also Read- ରିଲାଏନ୍ସ ସହ ବିବାଦ ମଧ୍ୟରେ ଷ୍ଟାରଲିଙ୍କର ପ୍ରତିକ୍ରିୟା, କମ୍ପାନି କହିଲା- ଭାରତର ପାଞ୍ଚ ବର୍ଷ ହେଲା ଜାରି ରଖିଛୁ ଚେଷ୍ଟା

ଅନ୍ୟାନ୍ୟ ଫିଚର୍ସ- ହ୍ୱାଇଟ କଣ୍ଟ୍ରାଷ୍ଟ ରୁଫରେ ବ୍ରିଟେନ ପତାକାର ୟୁନିୟନ ଜ୍ୟାକ୍ ଡିଜାଇନ କରାଯାଇଛି। ହ୍ୱାଇଟ ମିରର କ୍ୟାପ୍ସ, ଓ ଲାଲ ଧଳା ରଙ୍ଗର ଷ୍ଟ୍ରିପ୍ସ ଦେଖିବାକୁ ମିଳିବ। ବୁଟ ଉପରେ ୟୁନିୟନ ଦ୍ୟାକ ଓ ରେସିଂ ଚେକର ଫ୍ଲାଗର ସ୍ପେଶାଲ ଷ୍ଟିକର ଲଗାଯାଇଛି। ଏଚୟୁଡି ଡିସ୍ପ୍ଲେ, ହରମନ କର୍ଡନ ସାଉଣ୍ଡ ସିଷ୍ଟମ, ୱାୟରଲେସ୍ ଚାର୍ଜିଂ, ମିନି ଡିଜିଟାଲ ପ୍ଲସ, କ୍ୟାବିନ କ୍ୟାମେରା ଓ ୩ ମିନି ଏକ୍ସପିରିଏନ୍ସ ମୋଡ୍ସ ଦିଆଯାଇଛି।

ହ୍ୱିଲ୍ସ ଓ ଲାଇଟିଂ- ଏଥିରେ ୧୮ ଇଞ୍ଚର ସ୍ଲାଇଡ୍ ସ୍କୋପ, ଟୁ-ଟୋନ ଏଲୟ ହ୍ୱିଲ୍ସ ଦିଆଯାଇଛି। କାରର ଏଲଇଡି ହେଡ୍ଲାଇଟ୍ସ ର ୩ ସିଲେକ୍ଟେବଲ ସିଗ୍ନେଚର ମୋଡ ଦିଆଯାଇଛି। ଯେଉଁଥିରେ ୱେଲକମ ଓ ଗୁଡବାଏ ଲାଇଟିଂ ଆନିମେସନ ରହିଛି।

​​​​​​​

କ୍ୟାବିନ ଓ ହାଇଟେକ ଫିଚର୍ସ- ଭିତରୁ କ୍ୟାବିନ୍କୁ ଯଥେଷ୍ଟ ସଷ୍ଟେନେବଲ ଓ ପ୍ରିମିୟମ ଲୁକ ଦିଆଯାଇଛି। ଏଥିରେ କ୍ରୋମ-ଫ୍ରି ଓ ଲେଦର ଫ୍ରି ଟୁ-ଟ୍ରୋନ ନିଟେଡ୍ ଟେକ୍ସଟାଇଲ ଡ୍ୟାସବୋର୍ଡର ବ୍ୟବହାର କରାଯାଇଛି।

ଇଣ୍ଟରିୟର ଥିମ- ଷ୍ଟିୟରିଂ ହ୍ୱିଲ୍, ଡୋର ସିଲ୍ସ ଓ ଫ୍ଲୋର ମ୍ୟାଟ୍ସ ଉପରେ ବି ୟୁନିୟନ ଜ୍ୟାକ ଓ ଚେକର ଫ୍ଲାଗର ଥିମ ଦିଆଯାଇଛି। ଏଥିରେ ଡେସିଡବ୍ଲୁ ସ୍ପୋର୍ଟ୍ସ ସିଟ୍ସ ଓ ପ୍ୟାନୋରମିକ ଗ୍ଲାସ ରୁଫ ଷ୍ଟାଣ୍ଡାର୍ଡ ମିଳିବ।

ଇନଫୋଟେନମେଣ୍ଟ ଓ ଡିସ୍‌ପ୍ଲେ- କାରରେ ୨୪୦ ଏନଏମର ଗୋଲ ଓଲେଡ୍ ଟଚସ୍କ୍ରୀନ ଦିଆଯାଇଛି। ଯାହା ମିନି ଅପରେଟିଂ ସିଷ୍ଟମ ୯ ରେ ଚାଲିଥାଏ। ଯାହା ହେ ମିନି ଭଏସ୍ ଆସିଷ୍ଟାଣ୍ଟକୁ ସପୋର୍ଟ କରିଥାଏ।