Kolkata Durga Puja pandal collapse: ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ଘଟିଥିବା ଦଳାଚକଟା ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। ସପ୍ତମୀ ସନ୍ଧ୍ୟାରେ ପ୍ରବଳ ଭିଡ଼ ଯୋଗୁ ମଣ୍ଡପର କିଛି ଅଂଶ ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଯେଉଁଥିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଆଜି ପ୍ରାୟ ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍ ସମୟରେ, ପ୍ରବଳ ଭିଡ଼ ଏବଂ ବର୍ଷା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କୋଲକାତା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (MCH)ରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳକୁ ମୁତୟନ କରାଯାଇଛି। ଦଳ ଉଦ୍ଧାର କାର୍ଯ୍ୟ କରିବା ସହିତ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିଛି।

ପୂଜା ମଣ୍ଡପରେ ଦଳାଚକଟା ଖବର ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ହସ୍ପିଟାଲ ପହଞ୍ଚି ପରିସ୍ଥିତି ସମୀକ୍ଷା କରିଛନ୍ତି। ଘଟଣା କାଳରେ ଭୀଷଣ ବର୍ଷା ହେଥିଲା। ଏଣୁ ଦର୍ଶନାର୍ଥୀ ବର୍ଷାରୁ ବର୍ତ୍ତିବା ପାଇଁ ପୂଜା ପେଣ୍ଡାଲକୁ ମୁହାଁଇଥିଲେ। ଏଣୁ ପୂଜା ପରିସରରେ କ୍ଷମତାଠାରୁ ଅଧିକ ଲୋକେ ପଶି ଆସିବା ଯୋଗୁ ଭିଡ ଅନିୟନ୍ତ୍ରିତ ହୋଇପଡିଥିଲା। କୁହାଯାଉଛି ଅତ୍ୟଧିକ ଭିଡ ଯୋଗୁ ପେଣ୍ଡାଲର ନିର୍ମାଣ ଭାଙ୍ଗିପଡିଥିଲା। ଏଣୁ ପରିସ୍ଥିତି ଜଟିଳ ହୋଇଥିଲା।

ଘଟଣା ପରେ ପୂଜା ମଣ୍ଡପର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି ଓ ମଣ୍ଡପୁରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ ବନ୍ଦ କରିଦିଆଯାଇଛି। ଏବେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ପୂଜା ଆୟୋଜକ ବିକାଶ ଦାସ କହିଛନ୍ତି ଯେ ଘଟଣା କିପରି ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।