Gold Silver Rate Today : ଗତ ସପ୍ତାହ ପରି ଚଳିତ ସପ୍ତାହରେ ମଧ୍ୟ ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ(IBJA) ଅନୁସାରେ, ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦରରେ ୩ ହଜାର ୪ ଟଙ୍କା ହ୍ରାସ ପାଇ ଦର ୧.୪୬ ହଜାରକୁ ଖସି ଆସିଛି।

ଏହା ପୂର୍ବରୁ ଗତ ସପ୍ତାହ (୯ ଅକ୍ଟୋବ)ରେ ସୁନା ଦର ୧.୪୯ ଲକ୍ଷ ଟଙ୍କା ଥିଲା। ସେହିପରି ଏକ କେଜି ରୁପା ଦର ୨ ଲକ୍ଷ ୨୧ ହଜାର ଟଙ୍କାରୁ ହ୍ରାସ ପାଇ ୨ ଲକ୍ଷ ୧୧ ହଜାର ଟଙ୍କା ହୋଇଛି। ଏଥିରେ ୧୦ ହଜାର ୧୯୧ ଟଙ୍କା ହ୍ରାସ ପାଇଛି।

ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୩ ହଜାର ମହଙ୍ଗା ହେଲାଣି ସୁନା

ଚଳିତ ବର୍ଷ ସୁନା ଓ ରୁପା ଦରରେ ବୃଦ୍ଧି-ହ୍ରାସ ଜାରି ରହିଛି। ୨୦୨୬ରେ ସୁନା ଏପର୍ଯ୍ୟନ୍ତ ୧୩,୩୧୯ ଟଙ୍କା ମହଙ୍ଗା ହୋଇଛି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧.୩୩ ଲକ୍ଷ ଟଙ୍କା ଥିଲା। ଏବେ ଏହା ୧.୪୭ ଲକ୍ଷ ଟଙ୍କା ହୋଇଛି।

ଅନ୍ୟପଟେ ରୁପା ଦର ମଧ୍ୟ କମିଛି। ୨୦୨୬ରେ ଏପର୍ଯ୍ୟନ୍ତ ରୁପା ୨୦,୧୦୮ ଟଙ୍କା ଶସ୍ତା ହେଲାଣି। ୩୧ ଡିସେମ୍ବର ୨୦୨୫ରେ ରୁପା ୨.୩୦ ହଜାର ଟଙ୍କା ଥିଲା। ଯାହା ୨.୧୦ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ସୁନା ଓ ରୁପା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସୁନା ୧.୭୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ରୁପା ଦର ୩. ୮୬ ହଜାର ଟଙ୍କା ହୋଇଯାଇଥିଲା।

​​​​​​​Also Read- ଜନସାଧାରଣଙ୍କୁ ଲାଗିପାରେ ଝଟ୍‌କା, ନଭେମ୍ବରରେ ବଢିପାରେ ପେଟ୍ରୋଲ ଓ ଡିଜେଲ୍ ଦର

ତେବେ ଗତ କିଛିଦିନ ହେବା ସୁନା ଓ ରୁପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳୁଛି। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି, ଚାହିଦା କମ ଓ ଟଙ୍କାର ମୂଲ୍ୟ ବଢ଼ିବା ଯୋଗୁ ସୁନା ଘରୋଇ ବଜାରରେ ସୁନା ଦର କମିଛି।