ନୂଆଦିଲ୍ଲୀ: କ୍ୟାନସର ଔଷଧ ମୂଲ୍ୟକୁ ନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ଓ ମେଡିସିନ ଉପରେ ଟ୍ରେଡ ମାର୍ଜିନକୁ ସୀମିତ କରିଛନ୍ତି। ଏକ ଅଧିକାରୀକ ବୟାନ ଅନୁସାରେ ଔଷଧ ମୂଲ୍ୟ ନିୟାମକ (ଏନପିପି) ଶନିବାର କ୍ୟାନସର ପ୍ରତିରୋଧକ ୧୩୭ ଅଣ ଅନୁସୂଚିତ ଔଷଧର ଟ୍ରେଡ ମାର୍ଜିନକୁ ୩୦ ପ୍ରତିଶତ ମଧ୍ୟରେ ସୀମିତ କରିଦେଇଛନ୍ତି। ରସାୟନ ଓ ସାର ମନ୍ତ୍ରାଳୟଙ୍କ ଏକ ବୟାନ ଅନୁସାରେ ନଭେମ୍ବର ୯ ତାରିଖରୁ ଲାଗୁ ହେବାକୁ ଥିବା ଏହି ପଦକ୍ଷେପ ଯୋଗୁ ଜୀବନ ରକ୍ଷକ ଔଷଧର ଖୁଚୁରା ମୂଲ୍ୟରେ ସେମାନଙ୍କ ବର୍ତ୍ତମାନର ମୂଲ୍ୟ ଗଠନଆଧାରରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି।

ଫାର୍ମାସ୍ୟୁଟିକାଲ ବିଭାଗ ଅନ୍ତର୍ଗତ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ଶନିବାର ଜାରି ଗେଜେଟ ନୋଟିଫିକେସନ ପରେ ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ ଅର୍ଡର (ଡିପିସିଓ) ୨୦୧୩ର ପାରାଗ୍ରାଫ ୧୯ରେ ଟ୍ରେଡ ମାର୍ଜିନ ରାସିନାଲାଇଜେନସ (ଟିଏମଆର) ମେକାନିଜିମ ଲାଗୁ କରିଛି। ଏହି ପଦକ୍ଷେପ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚଏସ) ଅନୁସାରେ ଗଠିତ ଏକ ବିଶେଷଜ୍ଞ କମିଟି ସୁପାରିସ ଆଧାରରେ ନିଆଯାଇଛି। ଏହି କମିଟିରେ ସାରା ଦେଶର କ୍ୟାନସର ବିଶେଷଜ୍ଞ (ଅନକୋଲଜିଷ୍ଚ), ଚିକିତ୍ସା ବିଶେଷଜ୍ଞ, ହସ୍ପିଟାଲ ବ୍ୟାପାର ବିଶେଷଜ୍ଞ ଓ ସରକାରୀ ଅଧିକାରୀ ମଧ୍ୟ ଅଛନ୍ତି।

କମିଟି ମାର୍ଜିନ କୁ ତର୍କ ସଙ୍ଗତ କରିବା ପାଇଁ ୧୩୭ ଔଷଧକୁ ସୁପାରିଶ କରିଛନ୍ତି ଓ ଏହି ସୂଚୀକୁ ସମୟ ସମୟରେ ଅପଡେଟ କରାଯିବ। ଏହି ପଦକ୍ଷେପ ଏନପିପିଏର ୨୦୧୯ ପାଇଲଟ ଟିଏମଆର ପଦକ୍ଷେପର ସଫଳତା ଆଧାରରେ ନିଆଯାଇଛି। ସେହି ପଦକ୍ଷେପରେ କ୍ୟାନସର ନିରୋଧକ ୪୨ଟି ଔଷଧର ଟ୍ରେଡ ମାର୍ଜିନକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ କରିଦିଆଯାଇଥିଲା। ଫଳରେ ୫୨୬ ବ୍ରାଣ୍ଡର ଔଷଧ ଏମଆରପି ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା।

ବିବୃତ୍ତିରେ କୁହାଯାଇଛି ଯେ ଏହି ପଦକ୍ଷେପ ପରିସରକୁ ବିସ୍ତାର କରେ, ଯେଉଁଥିରେ ବର୍ତ୍ତମାନ କ୍ୟାନସର ଔଷଧର ଏକ ବିସ୍ତୃତ ବର୍ଗମାଳା ଅନ୍ତର୍ଗତ ହୋଇଛି। ଔଷଧ ନିର୍ମାତାମାନଙ୍କୁ ସେମାନଙ୍କ ସଂଶୋଧିତ ମୂଲ୍ୟ ତାଲିକା ସେମାନଙ୍କ ୱେବସାଇଟରେ ପ୍ରକାଶ କରିବାକୁ ଓ ଖୁଚୁରା ବିକ୍ରେତା ଏବଂ ହସ୍ପିଟାଲମାନଙ୍କୁ ବ୍ୟାପକ ପ୍ରସାରଣ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି।