ନୂଆଦିଲ୍ଲୀ:କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଅଭିନେତା ପ୍ରକାଶ ରାଜଙ୍କୁ ସମାଲୋଚନା କରିଛନ୍ତି। ଜନୈକ ମହିଳା ପୋଲିସ ଅଧିକାରୀଙ୍କ ସହିତ ଧସ୍ତାଧସ୍ତି ସମ୍ପର୍କିତ ପ୍ରଶ୍ନରେ ପ୍ରକାଶ ରାଜ ହସିକରି କହିଥିଲେ ‘ଭଲ ପରିହାସ’। ଏହାକୁ ନେଇ ରିଜିଜୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଅଭିନେତାଙ୍କ ଆଚରଣ ଉପରେ ତାଙ୍କର ରୋଷ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ‘ଯେବବି ମୁଁ ଏହି ଭିଡିଓ ଦେଖୁଛି ମୋ ରାଗ ବଢି ଯାଉଛି, ଏଣୁ ଗୋଟିଏ କଥା ସବୁବେଳେ ମନେ ରଖନ୍ତୁ ‘ନିଜ ଶତ୍ରୁଙ୍କୁ ଥରେ କ୍ଷମାକର, ବନ୍ଧୁଙ୍କୁ ଦୁଇ ଥର ହେଲେ ବିଶ୍ୱାସ ଘାତକଙ୍କୁ କେବେ କ୍ଷମା କରନାହିଁ’।

କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ସେୟାର କରିଛନ୍ତି ଓ ଅଭିନେତାଙ୍କ ପ୍ରତିକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ମାନସିକ ନକ୍ସଲଙ୍କ ଉପରେ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବାର ଆରୋପ ଲଗାଇଛନ୍ତି। ସେ ଲେଖିଛନ୍ତି ‘ଏହା ଆମ ଭାରତୀୟ ସଂସ୍କୃତି ନୁହେଁ, ଏହି ବେଲଜ୍ୟା ଲୋକ କିଏ’। ଏହି ମାନସିକ ନକ୍ସଲ ଦେଶର ସଂସ୍କୃତିକୁ ବରବାଦ କରୁଛନ୍ତି। ରିଜିଜୁ ଙ୍କ ଏହି ଟିପ୍ପଣୀ ଏପରି ସମୟରେ ଆସିଛି ଯେତେବେଳେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଶାସନ ପରିବର୍ତ୍ତନ ଦାବିସହ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସମାଲୋଚନାକୁ ନେଇ ଦେଶରେ ରାଜନୈତିକ ବିବାଦ ଚାଲିଛି।