ରାଉରକେଲା: ଦାଦାର ତୀର ମାଡ଼ରେ ବିବାହିତ ଝିଆରୀ ଗୁରୁତର । ଜମିଜମା ବିବାଦକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଥିବା ବେଳେ, ପୋଲିସ ଅଭିଯୁକ୍ତ ଦାଦାକୁ ଅଟକ ରଖିଛି । ରାଉରକେଲା ବନ୍ଧମୁଣ୍ଡା ଥାନା ଦଳପୋଷ ଗାଁରେ ଘଟିଥିବା ଏହି ଘଟଣାରେ ଗୁରୁତର ଝିଆରୀ ରଜନୀ ଟପ୍ପୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଝିଆରୀ ରଜନୀ ଟପ୍ପୋ କିଛି ଦିନ ହେଲା ନିଜ ବାପଘର ଅର୍ଥାତ ଦଳପୋଷକୁ ଆସିଥିଲେ। ହେଲେ ମଙ୍ଗଳବାର ଜମିଜମା ବିବାଦକୁ ନେଇ ଦୁଇ ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା । ପରେ ଉତ୍ୟକ୍ତ ହୋଇ ଦାଦା ଲଷ୍ମଣ ଓରାମ ତୀର ମାଡ଼ କରିଥିଲେ । ତୀର ଝିଆରୀ ରଜନୀ ଟପ୍ପୋଙ୍କ ପେଟରେ ବାଜିବାରୁ ସେ ଗୁରୁତର ହୋଇପଡ଼ିଥିଲେ ।

Also Read: ଘର ଠାରୁ ୨ଶହ ମିଟର ଦୂରରୁ ମିଳିଲା ମୃତଦେହ, ପୋଲିସ ଖୋଜୁଛି କାରଣ

ଅବଶ୍ୟ ତାଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲା । ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଅଭିଯୁକ୍ତ ଦାଦା ଲକ୍ଷ୍ମଣ ଓରାମକୁ ବନ୍ଧମୁଣ୍ଡା ପୋଲିସ ଅଟକ ରଖି ଘଟଣାର କରୁଛି ତଦନ୍ତ ।