ସୁନ୍ଦରଗଡ଼ ୨୧।୧୦: ଦଶହରା ମେଢ଼ ଦେଖା ହେଲା କାଳ । ମେଢ଼ ବୁଲିବାକୁ ଯାଇଥିଲେ ପରିବାର । ଘରୁ ତାଲା ଭାଙ୍ଗି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହ ସୁନା ଅଳଙ୍କାର ଲୁଟ୍ । ସୁନ୍ଦରଗଡ ଭସ୍ମା ଥାନା ଦେହୁରୀପଡ଼ା ଗ୍ରାମରେ ଘଟିଛି ଏଭଳି ଲୁଟ୍ ଘଟଣା ।

ସୁନ୍ଦରଗଡ ଭସ୍ମା ଥାନା ଦେହୁରୀପଡ଼ା ଗ୍ରାମରେ ବଡ଼ ଧରଣର ଲୁଟ୍ । ସୁନା ଓ ରୁପା ଗହଣା ସହ ନଗଦ ଟଙ୍କା ଲୁଟ୍‌ ଅଭିଯୋଗ । ଦଶହରା ପର୍ବର ଖୁସିର ମାହୋଲ ମଧ୍ୟରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ଦେହୁରୀପଡ଼ା ଗ୍ରାମର ହେମନ୍ତ ଗୁଖରଙ୍କ ଘରୁ ତାଲା ଭାଙ୍ଗି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଘରୁ ବହୁ ମୂଲ୍ୟର ସୁନା ଓ ରୁପା ଗହଣା ସହ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି ।

Also Read:- ମନମୋହନଙ୍କୁ ଦେବୀ ମିଶ୍ରଙ୍କ ପାଲଟା ଜବାବ, ‘Gen Z ଆନ୍ଦୋଳନକୁ ନେଇ ବିଜେପି ଭୟଭୀତ’

ହେମନ୍ତ ଗୁଖରଙ୍କ ପରିବାର ଦଶହରା ମେଢ଼ ଦେଖିବା ପାଇଁ ଘରୁ ବାହାରକୁ ଯାଇଥିଲେ । ଏହି ସୁଯୋଗରେ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ପରେ ଘରେ ଥିବା ସୁନା, ରୁପା ଗହଣା ଏବଂ ନଗଦ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଲୁଟି ନେଇ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ତଦନ୍ତ କରୁଛି ।

Watch Video: