ନୂଆଦିଲ୍ଲୀ, ୨୨/୧୦:ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ। ଖ୍ରୀଷ୍ଟଚର୍ଜ (ଓଭାଲ୍ ଗ୍ରାଉଣ୍ଡ)ରେ ଗୁରୁବାର ଖେଳାଯିବ ପ୍ରଥମ ମ୍ୟାଚ। ଭାରତୀୟ ସମୟ ଦିନ ୧୨.୩୦ରେ ଖେଳ ଆରମ୍ଭ ହେବ।

ମାତ୍ର ୪ ଦିନର ବ୍ୟବଧାନ । ୧୨,୫୦୦ରୁ ଅଧୁକ କିଲୋମିଟର ବିମାନ ଯାତ୍ରାର ଦିନକ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମଟିରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳିବ। ଶୁକ୍ରବାର ଦିନ(୧୭ତାରିଖ) ୱେଷ୍ଟ ଇଣ୍ଡିଳ ବିପକ୍ଷ ସିରିଜ ଶେଷ ହେବା ପରେ ଭାରତୀୟ ଦଳ ମଙ୍ଗଳବାର ଖ୍ରୀଷ୍ଟଚର୍ଚ୍ଚରେ ଓହ୍ଲାଇଥିଲା। ବୁଧବାର ଦଳ ଅଭ୍ୟାସ କରି ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଛି। ଠିକ୍ ଏଭଳି ବ୍ୟସ୍ତପୂର୍ଣ କ୍ରୀଡ଼ାସୂଚୀ ଓ ଅଭ୍ୟାସର ଅଭାବ ଯୋଗୁଁ ଭାରତୀୟ ଦଳ ଗତ ଜୁନ ମାସରେ ଆୟର୍ଲାଣ୍ଡ ଗସ୍ତ କରି ୦-୨ରେ ଟି-ଟ୍ୱେଣ୍ଟି ସିରିଜ ପରାଜିତ ହୋଇଥିଲା।

Also Read :- ମା'ଙ୍କ ଭସାଣି ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା : ବିଭିନ୍ନ ଛକରେ ଦିନ ୧ଟାରୁ ଟ୍ରାଫିକ୍ କଟକଣା

ଏହି ସିରିଜ ଜରିଆରେ ଶ୍ରେୟାସ ଆୟରଙ୍କ ନେତୃତ୍ୱ ଉପରେ ନଜର ରଖାଯିବ। ସେ ଅଧିନାୟକ ଭାବେ ବିଦେଶ ମାଟିରେ ୨ଟି ଦ୍ବିପାକ୍ଷିକ ସିରିଜ ଖେଳିଛନ୍ତି ଓ ଉଭୟ ପରାଜିତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ସିରିଜ ଜରିଆରେ ସେ ପରାଜୟରେ ପୂର୍ଣ୍ଣଚ୍ଛେଦ ପକାଇବେ।

ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ଖେଳିଥିବା ଏକାଦଶ ଆଜି ସ୍ଥାନ ବଜାୟ ରଖିବେ। କେବଳ ବୋଲିଂ ବିଭାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଭୁବନେଶ୍ବର କୁମାର ପେସ୍ ବୋଲି ବିଭାଗର ଦାୟିତ୍ଵ ନେବେ। ସେହିପରି ଫିଟ୍ ହୋଇ ଫେରିଥିବା ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଟିମ ମ୍ୟାନେଜମେଣ୍ଟ ଏକାଦଶରେ ଏକ ସ୍ଥାନ ଖାଲି ରଖିବ। ନମନ ଧିର ଓ ଶିବମ ଦୁବେଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ।

ନ୍ୟୁଜିଲାଣ୍ଡ ଦଳରେ ରଚିନ ରବିନ୍ଦ୍ର,ଜ୍ୟାକ ଫୋକସ ଓ ମାର୍କ ଚାପମାନ ନାହାନ୍ତି। ତଥାପି ଏକ ଶକ୍ତିଶାଳୀ ଦଳନେଇ ନ୍ୟୁଜିଲାଣ୍ଡ ଗ୍ରାଉଣ୍ଡକୁ ଓହ୍ଲାଇବ। ମିଚେଲ ସାଣ୍ଟନର,ମାଇକେଲ ବ୍ରେସୱେଲ ବୋଲିଂ ବିଭାଗ ସମ୍ଭାଳିବେ। ମାଟ୍ ହେନରୀ,ଲୋକି ଫର୍ଗୁସନ,କେଲି ଜମିସନ ପେସ୍ ବୋଲର ଭାବେ ଦଳରେ ସ୍ଥାନ ବଜାୟ ରଖିବେ।